କରୋନା କଟକଣା ମଧ୍ୟରେ ପାଳିତ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ;୨୭/୦୨(ସୌଭାଗ୍ୟ ମୁଦୁଲିଙ୍କ ଠାରୁ): ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇଥିବା ଯୋରନ୍ଦା ମେଳା କରୋନା କଟକଣା ପାଇଁ ମାତ୍ର ୩ ଦିନ ଅନୁଷ୍ଠିତ ହେବ । ଜିଲ୍ଲା ବାହାରର ସାଧୁମାନଙ୍କୁ ମହିମା ଗାଦିକୁ ଆସିବା ପାଇଁ ବାରଣ କରାଯାଇଛି । ଏପରିକି ମହିମା ଗାଦିର ସମସ୍ତ ସାଧୁମାନଙ୍କର କୋଭିଡ ଟେଷ୍ଟ କରାଯାଇଛି । ନେଗେଟିଭ ରିପୋର୍ଟ ଥିବା ଅତି ବେଶୀରେ ୫୦ ଜଣ ସାଧୁ ମୁଖ୍ୟ ଗାଦି ମନ୍ଦିରରେ ଝାଡ଼ ଦୀପ ଓ ଧୂନି ନୀତି କାନ୍ତିରେ ନିୟୋଜିତ ହେଇ ପାରିବେ ।
ମେଳାରେ କୌଣସି ଅପେରା, ଦୋଳି, ସିନେମା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । ମେଳାକୁ ଆସୁଥିବା ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ଵ ପାଳନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଶୂନ୍ୟ ମନ୍ଦିର ବେଢ଼ାକୁ ଏକକାଳୀନ ୫୦ ଜଣ ଭକ୍ତ ସର୍ବାଧିକ ୧୦ ମିନିଟ୍ ପର୍ଯ୍ୟନ୍ତ ପ୍ରବେଶ କରି ପାରିବେ । ଜିଲ୍ଲା ଓ ରାଜ୍ୟ ବାହାରର ସାଧୁ ସନ୍ଥ ଏବଂ ଜନ ସାଧାରଣଙ୍କୁ ବାରଣ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close