ପାରାଦ୍ୱୀପ ବନ୍ଦର ଦ୍ୱାରା ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ୨୭ଟି ଏମ୍‌ଓୟୁ ସ୍ୱାକ୍ଷରିତ

ପାରାଦ୍ୱୀପ, ୨୬/୦୨(ଚକ୍ରଧର ଦାଶଙ୍କ ଠାରୁ): ପଣ୍ୟ କାରବାର କ୍ଷେତ୍ରରେ ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦ୍ୱୀପ ବନ୍ଦର ନ୍ୟାସ ଓଡିଶା ତଥା ଦେଶର ସାମୁଦ୍ରିକ ଅଭିବୃଦ୍ଧି ନିମନ୍ତେ ଗୁରୁବାର ଦିନ ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭ଗୋଟି ବୁଝାମଣାପତ୍ର ବା ଏମ୍‌ଓୟୁ ସ୍ୱାକ୍ଷରିତ କରିଛି । ଏହାଦ୍ୱାରା ଆନୁମାନିକ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଆସନ୍ତା ମାର୍ଚ୍ଚ ମାସ ୦୨ରୁ ୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଥିôବା ନୌବାଣିଜ୍ୟ ଭାରତ ସମ୍ମିଳନୀ (ଏମ୍‌ଆଇଏସ୍‌)-୨୦୨୧ର ଅବ୍ୟବହିତ ପୂର୍ବରୁ ଏସମସ୍ତ ବୁଝାମଣା ପତ୍ର ଚୁଡାନ୍ତ ହୋଇପାରିଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ସମ୍ବୋଧନ କରି ଆଗାମୀ ଆର୍ନ୍ତଜାତୀୟ ସମ୍ମିଳନୀକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଅଧିକନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନ ୧୨.୩୦ରୁ ୨ ଘଟିକା ମଧ୍ୟରେ ଓଡିଶାରେ ପୁଞ୍ଜି ନିବେଶ ସୁଯୋଗ ସମ୍ପର୍କିତ ଏକ ସ୍ୱତନ୍ତ୍ର ଅଧିବେଶନରେ ଓଡିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିବେ । ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ବାଣିଜ୍ୟ ସଚିବ ମଧୁସୁଦନ ପାଢୀ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ଘରୋଇ ଶିଳ୍ପମାନଙ୍କର ମୁଖ୍ୟମାନେ ମଧ୍ୟ ଏହି ଭରଚୁଆଲ୍ ସମ୍ମିଳନୀରେ ଭାଗ ନେବା ସ୍ଥିରିକୃତ ହୋଇଛି । ତେବେ ଗତ କାଲି ସ୍ୱାକ୍ଷରିତ ହୋଇଥିବା ୨୭ଟି ରାଜିନାମା ମଧ୍ୟରୁ ବିଶ୍ୱସ୍ତରୀୟ ବନ୍ଦରର ବିକାଶ ପାଇଁ ପ୍ରକଳ୍ପ ବର୍ଗରେ ୧୫ଟି ଏମ୍‌ଓୟୁ ରହିଛି । ଯାହାର ଆନୁମାନିକ ମୁଲ୍ୟ ୩,୮୮୧ କୋଟି ଟଙ୍କା ହେବ । ଉପକୂଳ ଜାହାଜ ଚଳାଚଳ, ଗମନାଗମନ ସୁଯୋଗ ତଥା ମଲ୍ଟିମୋଡାଲ୍ ଲଜିଷ୍ଟିକ୍ ପାର୍କରେ ଦୁଇଟି ଏମ୍‌ଓୟୁରେ ୩,୫୩୫କୋଟି, ତୈଳ ପଣ୍ୟ କାରବାର ନିମନ୍ତେ ବନ୍ଦର ଭିତିଭୂମି ବିକାଶରେ ଦୁଇଟି ଏମ୍‌ଓୟୁରେ ୫,୩୮୨.୬୪କୋଟି, ବନ୍ଦର ଭିତିକ ଶିଳ୍ପାୟନ ଲାଗି ଚାରୋଟି ଏମ୍‌ଓୟୁରେ ୧୬,୨୧୮କୋଟି ଏବଂ ପଣ୍ୟ, ଯାତ୍ରୀ ପରିବହନ ପ୍ରୋତ୍ସାହନ ତଥା ସାମୁଦ୍ରିକ ବିମାନ ପର୍ଯ୍ୟଟନ ବର୍ଗରେ ୪ଟି ଏମ୍‌ଓୟୁରେ ୧,୬୧୬ କୋଟି ଟଙ୍କାର ପୁ୍‌ଞ୍ଜି ବିନିଯୋଗ ସମ୍ପର୍କିତ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close