ପାଞ୍ଚ ଦଫା ଦାବିନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କମ୍ପୁଟର ଶିକ୍ଷକଙ୍କ ଧାରଣା

ଭଦ୍ରକ;୨୫/୦୨:(ଶିିିଵ ଶଙ୍କର ଙ୍କ ଠାରୁ)  ଆଇ ସି ଟି ବିଦ୍ୟାଳୟ ସଂଯୋଜକ ସଂଘ ଓଡିଶା ଭଦ୍ରକ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ପାଞ୍ଚ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି, ଦାବି ଅନୁସାରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଅନୁଯାଇ ଓଡ଼ିଶାର ସମସ୍ତ ବିଦ୍ୟାଳୟ ମାନଙ୍କରେ କମ୍ପୁଟର ର ଆବଶ୍ୟକତା ରହିଥିବା ବେଳେ ଏଥି ପ୍ରତି ସରକାର ମଧ୍ୟ ଆଠସହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇ ସି ଟି ଲାବ ଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି ଯାହାକି ଶିକ୍ଷା ବ୍ୟବସ୍ଥାରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହେଉଛିବୋଲି ଦାବିପତ୍ରରେ ଉଲ୍ଲେଖ ହୋଇଛି ବର୍ତମାନର ଶିକ୍ଷାବ୍ୟବସ୍ଥା ଅନୁସାରେ ବିଦ୍ୟାଳୟମାନଙ୍କରେ କମ୍ପୁଟର ନିହାତି ଆବଶ୍ୟକତା ରହିଥିବା ବେଳେ ସରକାର ସହ ସହ କମ୍ପୁଟର ଶିକ୍ଷକଙ୍କୁ ଦୀର୍ଘ ପାଞ୍ଚବର୍ଷ ଧରି ଆଇ ସି ଟି ଇ ବିଦ୍ୟାଳୟ ଯୋଜନାରେ କାର୍ଯ୍ୟ କରିଆସୁଥିବା ଚାରିହଜାର ସ୍କୁଲ କୋର୍ଡିନେଟରଙ୍କୁ ଛଟେଇ କରିଥିବା ପ୍ରତିବାଦରେ ତୁରନ୍ତ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି ସ୍କୁଲ କୋର୍ଡିନେଟର ମାନେ ଆହୁରି ମଧ୍ୟ ଦାବି ରହିଛିକି ଆଇ ସି ଟି ଇ ବିଦ୍ୟାଳୟ ଯୋଜନାକୁ ଘରୋଇକରଣ କରା ନଯାଇ ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କରାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ ହୋଇଛି, ଓଡ଼ିସାର ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଆଇ ସି ଟି ଇ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକରି କରାଗଲେ ସାରା ଓଡ଼ିଶାର ଚାରିହଜାର ପରିବାରର ଜୀବନ ଜୀବିକା ଫେରି ପାଇବେ,କମ୍ପୁଟରଶିକ୍ଷକ ମାନେ ପୁନଃ ନିଯୁକ୍ତି ପାଇବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦାବି ଜଣାଇବା ସହିତ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରୁଛନ୍ତି,ଯଦି ସମାଧାନ କରାନଯାଏ ତାହାଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବବୋଲି ଚେତାବନୀ ଦେଇଛନ୍ତି ଆଇ ସି ଟି ଇ କୋର୍ଡିନେଟର ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close