ଭୁବନେଶ୍ୱର-ବାରିପଦା ବସରେ କୋଭିଡ-୧୯ ନିୟମର ଉଲ୍ଲଂଘନ

ବାରିପଦା, ୧୩/୦୨(ସତ୍ୟଜିତ୍ ବିଶ୍ୱାଳଙ୍କ ଠାରୁ): ଲୋକାଲ ଟ୍ରେନ ଚାଲୁ ନ ଥିବାରୁ ଏବଂ କୋଭିଡ ନିୟମ ବଳବତର ଥିବା ସତ୍ୱେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁଥିବା ବସଗୁଡିକରେ ଏବେ ବସ୍ତା ପରି ଯାତ୍ରୀମାନେ ଯାତ୍ରା କରୁଥିବାର ଦେଖାଯାଉଛି । କେତେକ ବସ କୋଭିଡ ନିୟମକୁ ଫୁ କରି ଉଡ଼ାଇ ଦେଉଥିବାର ପରିଲକ୍ଷିତ ହେଉଛି । ଯାତ୍ରୀ କମ ନେବା ପରିବର୍ତେ ବରଂ ଅଧିକ ନେଉଥିବାର ଦେଖାଯାଉଛି । ଆଜି ରାତ୍ରୀରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ‘ଶ୍ରୀ ଗଜାନନ’ ନାମକ ଏକ ବସରେ ୩୫ ସିଟ୍ କାପାସିଟ ଥିବା ବେଳେ ୬୦ ପାଖାପାଖି ଯାତ୍ରୀ ନେଇ ଏହା ଏବେ ଯାତ୍ରା କରୁଥିବାର ଜଣାଯାଇଛି । କୋଭିଡ କଟକଣା ଓ ସୁରକ୍ଷା ପାଇଁ ଥିବା ନିୟମକୁ ଜଳାଞ୍ଜଳି ଦେଇ ମୁନାଫା ପାଇଁ ତତ୍ପର ଥିବା କଣ୍ଡକ୍ଟର ବାବୁ ଜଣକ ବରଂ ଯାତ୍ରୀଙ୍କ ସହ ଏ ବାବଦରେ ଯୁକ୍ତି କରୁଥିବାର ଅଭିଯୋଗ ହୋଇଛି । ଏହା ଉପରେ ପ୍ରଶାସନ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close