ପାରାଦୀପରେ ଜୁନିୟର ଇଂଟର କ୍ଲବ କିକ୍ରେଟ ଟୁର୍ଣ୍ଣାମେଣ୍ଟ

ପାରାଦୀପ, ୧୩/୦୨(ଚକ୍ରଧର ଦାଶଙ୍କ ଠାରୁ): ଚଳିତ ବର୍ଷ ଓଡିଶା କିକ୍ରେଟ ଆସୋସିଏସନ୍ ଦ୍ୱାରା ହେବାକୁ ଥିବା ଜୁନିୟର କିକ୍ରେଟ କ୍ଲବ ଟୁର୍ଣ୍ଣାମେଂଟଣ୍ଟପାରାଦୀପ ପୋର୍ଟ କିକ୍ରେଟ ଜିଲ୍ଲା ଦ୍ୱାରା ଫେବୃଆରୀ ଶେଷ ସପ୍ତାହରେ ଆୟୋଜନ ହେବ । ପାରାଦୀପ ମୁନିସିପାଲିଟି ଅନ୍ତର୍ଭୁକ୍ତ ଇଚ୍ଛୁକ କ୍ଲବମାନେ ଆସନ୍ତା ଫେବୃଆରୀ ୧୬ ତାରିଖ ପୂର୍ବରୁ ଗୋପବନ୍ଧୁ କ୍ରିଡା ସଂସଦ କାର୍ଯ୍ୟାଳୟରେ ଦଳର ନାମ ଓ ୧୫ଜଣ ଖେଳାଳୀଙ୍କ ନାମ ପଞ୍ଜିକୃତ କରାଇବେ । ଏଥିସହ ଖେଳାଳୀଙ୍କ ନାମ, ଜନ୍ମ ତାରିଖ, ସ୍ଥାନୀୟ ଠିକଣା ଓ ଆଧାର କାର୍ଡ ଦେବାକୁ ପଡିବ । ଚଳିତ ବର୍ଷ ଏକ ନୂତନ ଢଙ୍ଗରେ କିକ୍ରେଟ ଖେଳ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ଦଳରେ ୧୬ବର୍ଷରୁ କମ୍ ୧୦ଜଣ, ୧୪ବର୍ଷରୁ କମ୍ ୫ଜଣ ଖେଳାଳୀ ରହିବେ ଏବଂ ଖେଳୁଥିବା ୧୧ଜଣିଆ ଦଳରେ ୧୬ବର୍ଷରୁ କମ୍ ୭ଜଣ, ୧୪ବର୍ଷରୁ କମ୍ ୪ଜଣ ଖେଳାଳୀ ରହିବା ବାଧ୍ୟତାମୂଳକ ହେବ । ୧୪ବର୍ଷରୁ କମ୍ ଖେଳାଳୀ ୦୧/୦୯/୨୦୦୭ ପରେ ଜନ୍ମ ହୋଇଥିବେ ଓ ୭ମ ଶ୍ରେଣୀ ପାସ କରିଥିବେ ଏବଂ ୧୬ବର୍ଷରୁ କମ୍ ଖେଳାଳୀ ୦୧/୦୯/୨୦୦୫ ପରେ ଜନ୍ମ ହୋଇଥିବା ଆବଶ୍ୟକ । ଯୋଗାଯୋଗ ପାଇଁ ପାରାଦୀପ ବନ୍ଦରର କ୍ରିଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସଙ୍କୁ ଫୋନ୍ ନଂ- ୯୪୩୭୩୧୭୧୩୩ରେ ସମ୍ପର୍କ କରିପାରିବେ ବୋଲି ପାରାଦୀପ କିକ୍ରେଟ ଜିଲ୍ଲା ପକ୍ଷରୁ ପ୍ରକାଶ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close