ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଯାଜପୁର; ୧୧/୦୨: (ଶୁଭେନ୍ଦୁ ନାୟକଙ୍କ ଠାରୁ) ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆଜି କ୍ୟାବିନେଟର ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରୁ ଯାଜପୁର ଜିଲ୍ଲାର ୫ ଗୋଟି ବ୍ଲକର ୩୨୩ଟି ଗ୍ରାମର ୪ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଯାଜପୁର ବ୍ଲକରେ ୫୦ ଟି ଗ୍ରାମର ୪୯୪୩୮ ଲୋକ, ବରୀ ବ୍ଲକର ୧ ଟି ଗ୍ରାମର ୧୧୭୫, ଧର୍ମଶ‍ାଳା ବ୍ଲକର ୮ଟି ଗ୍ରାମର ୨୫୯୭ , ରସୁଲପୁର ବ୍ଲକର ୧୬୦ ଟି ଗ୍ରାମର ୧ଲକ୍ଷ ୭୮ ହଜାର ୫୭୦, ଦାନଗଦି ବ୍ଲକର ୧୦୪ ଟି ଗ୍ରାମର ୧ଲକ୍ଷ ୫୯ ହଜାର ୦୮୮ ଜଣ ଲୋକ ଉପକୃତ ହୋଇ ପାରିବେ। ଏଥିପାଇଁ ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭଵ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଧନ୍ୟବାଦ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ ଓ ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close