![Featured Video Play Icon](https://udayabataenews.com/8u7y/featured-video-plus/img/playicon.png)
କ୍ରୋମନଗର ବିଦ୍ୟାମନ୍ଦିର ଫେରୋକ୍ରୋମ୍ ସ୍କୁଲର ୧୯୮୪ ମସିହା ମଧ୍ୟ ଇଂରାଜୀ ତଥା ୧୯୮୭ ମସିହା ଉଚ୍ଚ ବିଦ୍ୟାଳୟର ପ୍ରଥମ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ୟାସନଗର;୦୯/୦୨:(ଶୁଭେନ୍ଦୁ ନାୟକଙ୍କ ଠାରୁ) ହୋଟେଲ୍ ବ୍ରାହ୍ମଣୀରେ କ୍ରୋମନଗର ବିଦ୍ୟାମନ୍ଦିର ଫେରୋକ୍ରୋମ୍ ସ୍କୁଲର ୧୯୮୪ ମସିହା ମଧ୍ୟ ଇଂରାଜୀ ଯଥା ୧୯୮୭ ମସିହା ଉଚ୍ଚ ବିଦ୍ୟାଳୟର ପ୍ରଥମ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁରୁ ମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରା ଯାଇଥିଲା। ଗୁରୁ ଶ୍ରୀମାନ ଶତ୍ରୁଘ୍ନ ଧୀର, ସଞ୍ଜୟ ଦେଓ, ବିଷ୍ଟୁ ଚରଣ ସାମଲ, ସନାତନ ନାୟକ, ବିଜୟ ବେହେରା, ଶିକ୍ଷୟତ୍ରୀ ଶ୍ରୀମତୀ ସ୍ମୃତିଲତା ଦାସ, ସବିତା ଗୁରୁ ଏବଂ ବନଲତା ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ। ଜୀବନରେ ସଦା ସର୍ବଦା ଅନ୍ୟାୟ ଅନିତିରୁ ଦୂରରେ ରହିବା,ଜୀବନରେ କେବେ ମିଥ୍ୟାର ଆଶ୍ରୟ ନନେବା, ପରୋପକାରରେ ବ୍ରତୀ ହେବା ଏବଂ ନିଜ ଗୁରୁଜନଙ୍କୁ ସର୍ବଦା ସମ୍ମାନ କରିବାକୁ ଉପଦେଶ ଦେଇଥିଲେ।
ଏହି ବନ୍ଧୁମିଳନ ଉତ୍ସବରେ ଯୋଗ ଦେବାପାଇଁ ସୁଦୂର ସହର ମୁମ୍ବାଇରୁ ପୁରାତନ ଛାତ୍ରୀ ମାନସୀ ଘୋଷ ଆସି ଯୋଗଦେଇଥିଲେ। ପୁରାତନ ଛାତ୍ରୀ ସ୍ୱପ୍ନା ଦାସ, ଯାମିନୀ ପରିଡ଼ା, ବୈଜୟନ୍ତୀ ବଳ, ରେବତୀ ଖଟୁଆ, ସଂଗୀତା କର, ପ୍ରଭାସିନୀ ଜେନା ଏବଂ ଛାତ୍ର ସନ୍ତୋଷ ସାହୁ, ବିଜୟ ମଲ୍ଲିକ, ମହମ୍ମଦ ଇନ୍ତେକାବ୍ ଆଲମ୍, ଇଶ୍ଵର ଦାସ, ଅଜିତ୍ ପତି, ପ୍ରଦୋଷ ରାୟ, ଆକ୍ଷୟ ଜେନା, ରାଧାଶ୍ୟାମ ଅଧିକାରୀ, କୃତାର୍ଥ ମହାପାତ୍ର, ବିଜୟ ବେହୁରିଆ, କୃଷ୍ଣ ଦ୍ବିପାୟନ ତ୍ରିପାଠୀ, ଅରୁଣ ଖଟୁଆ ଆଦି ଯୋଗଦେଇ ନିଜର ପୁରୁଣା ସ୍ମୃତିକୁ ମନେ ପକାଇ ଭାବର ଆଦାନ ପ୍ରଦାନ କରିଥିଲେ।