Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତାଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ

ପାରାଦୀପ, ୦୮/୦୨(ଚକ୍ରଧର ଦାଶଙ୍କ ଠାରୁ): ସ୍ଥାନୀୟ ଅଂଚଳର ସୁନାମଧନ୍ୟ ଶିକ୍ଷକ, ବରିଷ୍ଠ କୃଷକ ଓ ଶିକ୍ଷକ ନେତା ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତା ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ତାଙ୍କ ବଳରାମପୁର ସ୍ଥିତ ବାସଭବନରେ ସଂପନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଷ୍ଟମ ପ୍ରହର ନାମ ସଂକୀର୍ତନ, ଡାକ୍ତରଖାନାରେ ରୋଗିମାନଙ୍କୁ ଫଳ ଓ ବସ୍ତ୍ର ବଂଟନ, ସ୍ୱଗୃହରେ ଶ୍ରାଦ୍ଧକ୍ରମ, ଗୀତାପାଠ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଆୟୋଯିତ ଏକ ସ୍ମୃତି ସଭାରେ ସ୍ମୃତି ସଂସଦର ସଭାପତି ସରୋଜ କୁମାର ପଟ୍ଟନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ, ପୂର୍ବତନ ସାଂସଦ ଡା. କୁଳମଣୀ ସାମଲ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋରଂଜନ ଦାସ, ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀ ପ୍ରମୁଖ ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ଜୀବନ ଆଦର୍ଶ, ଲୋକସେବା, ପରୋପକାରୀ ଗୁଣ ଓ କୃଷକ, ଶିକ୍ଷକମାନଙ୍କୁ ଦୃଢ ନେତୃତ୍ୱ ସଂପର୍କରେ ଆଲୋପାତ କରି ସ୍ମୃତି ଚାରଣ କରି ଅଭିଭାଷଣ ପ୍ରଦାନ କରି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦୀପ କୁଜଙ୍ଗ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close