ମେ ଆଇ ହେଲ୍ପ ୟୁ ସାମାଜିକ ଅନୁଷ୍ଠାନ ତରଫରୁ ସୁପ୍ରଭାଙ୍କୁ ସହାୟତା

ବାଲେଶ୍ୱର/ଜଳେଶ୍ୱର ;୦୬/୦୨(ବ୍ରଜ ଗୋପାଳ ସେନଙ୍କ ଠାରୁ): ଜଳେଶ୍ୱରରେ ମେ ଆଇ ହେଲ୍ପ ୟୁ ସାମାଜିକ ଅନୁଷ୍ଠାନର କିଛି କାଯ୍ୟକର୍ତ୍ତା ଏବଂ ଜଳେଶ୍ୱର ଆଇ ଆଇ ସି ମାନସ ଦେଓଙ୍କ ସହଯୋଗରେ  ଜଳେଶ୍ୱର ସ୍ଥିତ ଶାସନବାଡ଼ ଗ୍ରାମରେ କୁନି ଭଉଣୀ ସୁପ୍ରଭା ପଣ୍ଡା ବୟସ 8 ବର୍ଷ ଦୁଃଖକୁ ଦେଖି ସଂଗଠନ ଅତ୍ୟନ୍ତ ମର୍ମାହତ ହେଲା,କୁନି ଭଉଣୀ ସୁପ୍ରଭା ପଣ୍ଡା 90% ଭିନ୍ନଖ୍ୟମ ଅଟନ୍ତି, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନୁହେଁ ଡାକ୍ତର ମାନଙ୍କ ପରାମର୍ଶ ଅନୁଯାଇ ଦଶରୁ ବାର ଲଖ୍ୟ ଟଙ୍କା ଖର୍ଚ୍ଚ ହେବ ଏହା ଏହି ପରିବାର ପାଇଁ ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଥିଲେ, କୁନି ଝିଅଟି ବହୁତ କଷ୍ଟରେ ଅଛି,ତାଙ୍କ ପିତା କିଛିମାସ ଆଗରୁ ବିଦୂତ ଲାଗିବା ଦ୍ୱାରା ମରି ଯାଇ ଥିଲେ ଏହାପରେ ମାଆ ଝିଅକୁ ଛାଡି ଅନ୍ୟତ୍ର ବିବାହ ମଧ୍ୟ୍ୟ କରିଥିଲେ, ସୁପ୍ରଭା ଏବେ ତାଙ୍କ ଜେଜେମା ଓ ଜେଜେବାପା ପାଖରେ ବହୁତ କଷ୍ଟରେ ରହୁଛନ୍ତି , ପରିବାର ତରଫରୁ ସବୁବେଳେ ସରକାରକୁ ନିବେଦନ ଯେ କେମିତି ଏହି କୁନି ଝିଅକୁ ସରକାରୀ ସହାୟତା ମିଳି ପାରିବ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସାର ବ୍ୟବସ୍ତା ହେଇ ପାରିବ ଏହା ଚିନ୍ତାର ବିଷୟ, ଆଗାମୀ ଦିନରେ ସାମାଜିକ ସଂଗଠନ ତରଫରୁ ତାଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ତା ଏବଂ ଭର୍ତ୍ତା ଟଙ୍କା ସାହାଯ୍ୟ ପାଇଁ ସରକାର ଠାରୁ କେମିତି ବ୍ୟବସ୍ତା ହେଇପାରିବ ତାହା ସଂଗଠନ ତରଫରୁ ସବୁପ୍ରକାର ପ୍ରଚେଷ୍ଟା କରାଯିବ ବୋଲି ଭରସା ଦିଆଗଲା, ଏହି କାଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା ସଂଗଠନର ଉପଦେଷ୍ଟା ସୁଶାନ୍ତ କୁମାର ପ୍ରଧାନ, ହରିଶଙ୍କର ପଣ୍ଡା, ରାଜେଶ ପ୍ରଧାନ ଏବଂ ଅଜିତ ଜେନା, ସୁଭାଶିଷ ହୁଈ ଯାଇ ଏହି ପରିବାରର ବିପଦ ବେଳେ ଛିଡା ହେବା ସହ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close