ପାସେଞ୍ଜର ଟ୍ରେନ ଚଲା ନ ଯିବା ପ୍ରତିବାଦରେ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଆନ୍ଦୋଳନ ଡାକରା

ଯାଜପୁର,୪/୨: ପଶ୍ଚିମବଙ୍ଗରେ ୫୪ଟି ପାସେଞ୍ଜର ଟ୍ରେନ ଚାଲୁଥିବା ବେଳେ ଓଡିଶାରେ ଗୋଟିଏ ହେଲେ ପାସେଞ୍ଜର ଟ୍ରେନ ଚାଲୁନାହିଁ । ଡି.ଏମ.ୟୁ ପରି ଟ୍ରେନ ଗରୀବ, କର୍ମଜୀବି, ଦିନ ମଜୁରିଆ, ଚାଷୀଙ୍କ ଜୀବନ ଓ ଜୀବିକା । ଏଭଳି ପାସେଞ୍ଜର ଟ୍ରେନ ଚଲା ନଯିବା ଓଡିଶା ପ୍ରତି ଚରମ ବୈମାତୃକ ମନୋଭାବ ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ଦୃଢ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ଆଜି ଜେନାପୁର ଷ୍ଟେସନ ଅଂଚଳରେ ଶୋଭାଯାତ୍ରା କରାଯାଇ ପୂର୍ବତଟ ରେଳପଥର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କୁ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଅଭିଯୋଗରେ ଦର୍ଶାଯାଇଛି ଯେ, ପ୍ରାୟ ୧୦ ଜିଲ୍ଲାର ଜନସାଧାରଣଙ୍କ ଜୀବନ ଜୀବିକା ଉପରୋକ୍ତ ଦୁଇ ଟ୍ରେନ ଦ୍ୱାରା ପ୍ରଭାବିତ । ହଜାର ହଜାର ସଂଖ୍ୟାର ଦିନ ମଜୁରିଆ, ଚାଷୀ, କର୍ମଚାରୀମାନେ ଏହି ଟ୍ରେନରେ ଦୈନିକ ଯାତାୟତ କରି ନିଜର ପରିବାର ପାଇଁ ଦାନା ଯୋଗାଡ କରିଥାନ୍ତି । କରୋନା ସଙ୍କଟ ପରେ ଏହି ଟ୍ରେନ ଦୁଇଟିକୁ ବନ୍ଦ କରି ଦିଆ ଯାଇଛି । ଏହାପରେ ଜନଜୀବନ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ସରକାର ମଧ୍ୟ କରୋନା କଟକଣାକୁ କୋହଳ କରିଛନ୍ତି । କଲିକତାରେ ୫୪ ଟି ପାସେଞ୍ଜର ଟ୍ରେନ ଦୀର୍ଘଦିନ ହେବ ଚାଲିଲାଣି । ଏହା ମଧ୍ୟରେ ହାଓଡାରୁ ସକାଳ ୮ ଟା ୪୮ ମିନିଟରେ ଛାଡୁଥିବା ହାଓଡା-ମେଦିନପୁର ପାସେଞ୍ଜର ନଂବର- ୩୮୮୧୧, ହାଓଡାରୁ ଅପରାହ୍ନ ୪ ଟାରେ ଛାଡୁଥିବା ହାଓଡା- ମେଦିନାପୁର ପାସେଞ୍ଜର ନଂବର-୩୮୮୨୧, ହାଓଡାରୁ ସଂଧ୍ୟା ୫ ଟା ୨୦ ରେ ଛାଡୁଥିବା ହାଓଡା-ମେଦିନପୁର ପାସେଞ୍ଜର ନଂବର-୩୮୮୨୩, ସିଆଳଦାରୁ ଦିନ ୧ ଟା ୩୫ ମିନିଟରେ ଛାଡୁଥିବା ସିଆଳଦା-କ୍ରିଷ୍ଣନଗର ପାସେଞ୍ଜର ନଂବର-୩୧୮୨୯, ସିଆଳଦାରୁ ଦିନ ୪ ଟା ୪୦ ରେ ଛାଡୁଥିବା ସିଆଳଦା-ଲାଲଗୋଲା ପାସେଞ୍ଜର ନଂବର-୫୩୧୭୭, ସିଆଳଦାରୁ ୧୦ ଟା ୨୮ ମିନିଟରେ ଛାଡୁଥିବା ସିଆଳଦା-ଲାଲଗୋଲା ପାସେଞ୍ଜର ନଂବର-୬୩୧୦୭ ଆଦି ଅନ୍ତର୍ଭୁକ୍ତ । ହେଲେ ଓଡିଶାରେ ଉପରୋକ୍ତ ପାସେଞ୍ଜର ଟ୍ରେନ ପରି ଅନ୍ୟ ଟ୍ରେନ ମାନଙ୍କୁ ଚାଲିବାକୁ ନଦେବା ଓଡିଆ ଲୋକଙ୍କ ପ୍ରତି ବୈମାତୃକ ମନୋଭାବର ସୂଚନା । ଏଥିପାଇଁ ଗରୀବ ଲୋକ ମାନଙ୍କ କେବଳ ଜୀବନ ଜୀବିକା କ୍ଷେତ୍ରରେ ଗୁରୁତର ସମସ୍ୟା ହୋଇନାହିଁ ବରଂ କଟକ ବଡ ଡାକ୍ତରଖାନାକୁ ଗରୀବ ଲୋକେ ଜୀବନ ବଂଚାଇବାକୁ ଯିବା କ୍ଷେତ୍ରରେ ବି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗରୀବ ଲୋକେ ଟୋଲଗେଟ ଦେଇ ଚାରି ଚକିଆରେ କୌଣସି କାର୍ଯ୍ୟରେ କିମ୍ବା ବଡ ଡାକ୍ତରଖାନାକୁ ଯିବାରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାସହ ଜେନାପୁର ଷ୍ଟେସନ ନିକଟରେ ଥିବା ଗେଟ ନଂବର ୧୪୮ ତଳେ ଥିବା ଗଳିପୋଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ସତୀଶ ଦାବି କରିଛନ୍ତି । ଏଥିପାଇଁ ୩୦ ଟି ଗାଁର ଲୋକେ କଲେଜ, ଡାକ୍ତରଖାନା ଏବଂ ବ୍ଲକ କାର୍ଯ୍ୟାଳୟକୁ ଯାତାୟତ କରିବାରେ ବ୍ୟାପକ ସମସ୍ୟା ଭୋଗୁଛନ୍ତି । ରେଳ ବିଭାଗ ତରଫରୁ ତୁରନ୍ତ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ବ୍ୟାପକ ଜନ ଆନ୍ଦେଳନ ସହ ଆବଶ୍ୟକ ହେଲେ ଧର୍ମଶାଳା ଅଂଚଳରେ ଯାଉଥିବା ବିଭିନ୍ନ ଷ୍ଟେସନରେ ରେଳରୋକ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ବହୁ ପୂର୍ବରୁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରା ନଯିବା କେବଳ ଗରୀବ ମାରଣ ନୀତି ବୋଲି ସତୀଶ ଅଭିଯୋଗ କରିଛନ୍ତି । ଜେନାପୁର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ ପୂର୍ବରୁ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ତରଫରୁ ସତୀଶଙ୍କୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close