୩ ଗୋଟି ନନ୍‌-ବ୍ୟାଙ୍କିଙ୍ଗ କମ୍ପାନୀର ପଞ୍ଜିକରଣ ପ୍ରତ୍ୟାହୃତ କଲା ଆର.ବି.ଆଇ

ଯାଜପୁର, ୪ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ ତିନି ଗୋଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଙ୍କର ପଞ୍ଜିକରଣ ପ୍ରତ୍ୟାହାର କରି ନେଇଚ୍ଥନ୍ତି । ଏହି ତିନି ଗୋଟି ନନ୍‌-ବ୍ୟାଙ୍କିଙ୍ଗ ପାଂଇନାନ୍ସ କମ୍ପାନୀ ଗୁଡିକ ହେଲା ଅଭିନବ ହାଇଅର ପର୍ଚେଜ, ଯାହାକି ଊତ୍ତର ପ୍ରଦେଶ ବେସ୍‌ଡ୍ କମ୍ପାନୀ ଗୁରୁଗାଁଓ ବେସ୍‌ଡ୍ କମ୍ପାନୀ , ଜୁପିଟର ମ୍ୟାନେଜମେଣ୍ଟ ସର୍ଭିସ ଏବଂ ଆସାମ ବେଶ୍‌ଡ୍ ଏନ୍‌.ଇ. ଲିଜିଂ ଆଣ୍ଡ ପାଂଇନାନ୍ସ । ଅପର ପକ୍ଷରେ ୬ ଗୋଟି ଆର୍ଥିକ କାରବାର କରୁଥିବା କମ୍ପାନୀ ସେମାନଙ୍କର ପଞ୍ଜିକରଣ ଆର.ବି.ଆଇ. ନିକଟରେ ସମର୍ପଣ ବା ସରେଣ୍ଡର କରାଇଚ୍ଥନ୍ତି । ସେହି କମ୍ପାନୀ ଗୁଡିକ ହେଲା ନୋଏଡା ବେସଡ ରଘୁକୁଳ ଟ୍ରେଡିଂ, ବାରଣାଣୀ ବେସ୍‌ଡ୍ ଦିବ୍ୟା ଟାଇ ଅପ୍‌, ନିଊ ଦିଲ୍ଲୀ ବେସ୍‌ଡ୍ ଗିରନାର ଇନ୍‌ଭେଷ୍ଟମେଣ୍ଟ, ଅନ୍ଧେରୀ ବେସ୍‌ଡ୍ ଚଏସ୍ ଇଣ୍ଟରନ୍ୟାସନାଲ, ଜୟପୁର ବେସ୍‌ଡ ଦେବ୍ୟାନି ଇନ୍‌ପ୍ରାଂଷ୍ଟ୍ରକଚର ଓ ଗୈାହାଟୀ ବେସଡ୍‌, ଜେ.କେ. ବିଲଡର୍ସ ଆଣ୍ଡ ପ୍ରପର୍ଟି ଡେଭେଲେପର୍ସ । ଏହି କମ୍ପାନୀ ଗୁଡିକ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ ଅପଂ୍ ଇଣ୍ଡିଆ ଆକ୍ଟ ୧୯୩୪ ଧାରାରେ ପଞ୍ଜିକରଣ ପ୍ରତ୍ୟାହୃତ କରାଯାଇଚ୍ଥି ବୋଲି ଅର୍ଥ ବିଭାଗ ଇନିଷ୍ଟିଚ୍ୟୁସନାଲ ପାଂଇନାନ୍ସ ନିର୍ଦ୍ଦେଶକ ଅବଗତ କରାଇଚ୍ଥନ୍ତି । ଏହି କମ୍ପାନୀ ଗୁଡିକ କୈାଣସି ନନ୍‌-ବ୍ୟାଙ୍କିଙ୍ଗ ପାଂଇନାନ୍ସ ଇନିଷି୍ଟଚ୍ୟୁସନରେ ବ୍ୟବସାୟ କାରବାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶକ ସ୍ପଷ୍ଟ କରିଦେଇଚ୍ଥନ୍ତି । ତେଣୁ ଜନସାଧାରଣ ଏହି କମ୍ପାନୀ ଗୁଡିକ ପ୍ରତି ସତର୍କ ରହିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close