ବ୍ୟାସନଗର ଉଚ୍ଚ ବିଦ୍ୟାଳୟ ୧୯୮୭ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ
ବ୍ୟାସନଗର, ୨୪ା୧: ସ୍ଥାନୀୟ ବ୍ୟାସନଗର ହାଇସ୍କୁଲର ୧୯୮୭ ମସିହା ମାଟ୍ରିକ ବ୍ୟାଚର ପୂରାତନ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ ଶନିବାର ସ୍ଥାନୀୟ ହୋଟେଲ ନଟରାଜ ଠାରେ ହୋଇଯାଇଛି । ଏହି ବ୍ୟାଚର ଛାତ୍ର ତଥା ଡ଼ାକ୍ତର ଜନାର୍ଦ୍ଦନ ନାୟକଙ୍କ ଦୁର୍ଘଟଣାରେ ବିୟୋଗ ହୋଇଥିବାରୁ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ସର୍ବପ୍ରଥମେ ୦୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ୩୪ ବର୍ଷ ପରେ ଓ ବିଶେଷକରି ‘କରୋନା’ ମହାମାରୀକୁ ସାମନା କରି ଆସୁଥିବା ଛାତ୍ରଛାତ୍ରୀମାନେ ଏକଜୁଟ ହୋଇଥିବାରୁ ଏଠାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ସେମାନଙ୍କ ମଧ୍ୟରେ ଭାବର ଆଦନ ପ୍ରଦାନ କରାଯାଇଥିଲା । ସମସ୍ତେ ମନ ଖୁସିରେ କଥାବାର୍ତା କରି ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା । ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଯଥା-ସୁଦୀପ୍ କୁମାର ମିଶ୍ର, ପ୍ରମୋଦ କୁମାର ରାଉତ, ଦେବୀପ୍ରସାଦ ସାମଲ, ପ୍ରଦ୍ୟୁମ୍ନ ବୋଇତାଇ, ବିଶ୍ୱଜିତ୍ ନାୟକ, ସନାତନ ଦାସ, ସଂଜୟ କୁମାର ଭରତୀୟା, ରମାକାନ୍ତ ଓଝା, ବିଦ୍ୟାଧର ବଳ, ଇନ୍ତେକାମ ଆଲାମ, ମହେନ୍ଦ୍ର କୁମାର ପଣ୍ଡା, ରାଜେନ୍ଦ୍ର ନାୟକ, ବିଜୟ କୁମାର ବେହୁରା, ଦୁର୍ଗାପ୍ରସାଦ ଖଣ୍ଡାଇ, ଜ୍ୟୋତିପ୍ରକାଶ ବର୍ଦ୍ଧନ, ନୀଳମଣି ରାଉତ, ମହେନ୍ଦ୍ର ଦାସ, ମନୋଜ ବୋଥ୍ରା, ଲକ୍ଷ୍ମୀପିୟା ଦାସ, ବିଶ୍ୱପ୍ରଭା ବେଉରିଆ, ଦୀପ୍ତିମୟୀ ପଣ୍ଡା, ମନୋରମା ମହାନ୍ତି, ସୁସ୍ମିତା ଭୂୟାଁ, ଗୀତାଂଜଳି ଷଡ଼ଙ୍ଗୀ, ରଂଜୁବାଳା ଲେଙ୍କା, ଜିନ୍ଦୀ ଗୋଲାପ ନାୟକ, ମନୋରମା ବଳ, ଦିବ୍ୟସ୍ମିତା ସିଂହ, ରୋଜାଲିନ ମହାନ୍ତି, ଅଂଜଳି ନାୟକ, ଗଣେଷ ନାୟକ ପ୍ରମୁଖ ଏହି ବନ୍ଧୁମିଳନରେ ଯୋଗ ଦେଇଥିଲେ ।