ଯାଜପୁର ପୈାର ପରିଷଦ ପକ୍ଷରୁ ଅନ୍‌ଲାଇନ ଟ୍ୟାକ୍ସ ସଂଗ୍ରହର ଶୁଭାରମ୍ଭ

ଯାଜପୁର, ୨୨ା୧: ଯାଜପୁର ପୈାର ପରିଷଦ ପକ୍ଷରୁ ବିଭିନ୍ନ ଟ୍ୟାକ୍ସ ଅନ୍‌ଲାଇନ ମାଧ୍ୟମରେ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଚ୍ଥି । ଆଜି ଶୁକ୍ରବାର ପୂର୍ବାହ୍ନରେ ପୈାର କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ତଥା ପୈାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ଏହି ଅନ୍‌ଲାଇନ ବ୍ୟବସ୍ଥାର ଶୁଭାରମ୍ଭ କରିବା ସହ ଏହି ବ୍ୟବସ୍ଥା ଦ୍ୱାରା ପୈାର ଅଧିବାସୀମାନେ ନିଜ ଘରେ ରହି ମଧ୍ୟ ବିବିଧ ଟ୍ୟାକ୍ସ ପ୍ରଦାନ କରିପାରିବେ ବୋଲି କହିଥିଲେ । ଏପରି କି, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ କରିବାର ବ୍ୟବସ୍ଥା ରହିଚ୍ଥି ବୋଲି ସେ କହିଥିଲେ । ଆକ୍ସିସ ବ୍ୟାଙ୍କ ଏହି ଅନ୍‌ଲାଇନ ବ୍ୟବସ୍ଥା “ଏମ୍‌.ପସ.୍‌”ରେ ସହଯୋଗ କରିଥିବାରୁ ବ୍ୟାଙ୍କର ପରିଚାଳକଙ୍କୁ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ଏହି “ଏମ୍‌.ପସ୍‌.” ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଓ ପରିଚାଳିତ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯାଇଚ୍ଥି ବୋଲି କହିବା ସହ ପୈାରବାସୀ ଏହାର ଉପଯୋଗ ପାଇଁ ଅନୁରୋଧ କରିଥିଲେ । ପରେ ଅନ୍‌ଲାଇନ୍ ଓ ଅପଂ୍ ଲାଇନ ଊଭୟ ମାଧ୍ୟମରେ ଏମ୍‌.ପସ୍‌. ମେସିନ ଦ୍ୱାରା କେତେକ ହିତାଧିକାରୀଙ୍କ ଠାରୁ ଟ୍ୟାକ୍ସ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୈାର ପରିଷଦର ଚିକିତ୍ସାଧିକାରୀ ଡା. ପ୍ରଦୀପ ଖୁଣ୍ଟିଆ, ଓ.ଏସ୍‌.ଡି ସୁଦର୍ଶନ ମିଶ୍ର, ଆକ୍ସିସ୍ ବ୍ୟାଙ୍କର ପରିଚାଳକ ଅପୂର୍ବ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close