କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ

ଯାଜପୁର, ୧୮ା୧ : ଆଗାମୀ ସାଧାରଣତନ୍ତ୍ର ଦିବସକୁ ସଦ୍‌ଭାବନା ପୂର୍ବକ ଓ ଶୃଙ୍ଖଳାର ସହ ପାଳନ ନିମିତତ୍ତଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋୁଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷଧ୍ୟତା କରି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ସରକାରୀ ମାର୍ଗଦର୍ଶିକା ଅନୁସାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପାଳିନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷକରି କୋଭିଡ ପରିପ୍ରେକ୍ଷୀରେ ସରକାର ଧାର୍ଯ୍ୟ କରିଥିବା ନିୟମାବଳୀ ଆଧାରରେ ନିରାଡମ୍ୱର ଭାବେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ରାଠୋର ସୂଚନା ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍‌୍ଳିକ ସମସ୍ତଙ୍କୁ ସ୍ୱାଗତ କରିବା ସହ କରୋନା ପାଇଁ ଗତ ସ୍ୱାଧୀନତନା ଦିବସ ଭଳି ଚଳିତ ସାଧାରଣତନ୍ତ୍ର ଦିବସ ପାଳିତ ହେବ ଓ ସମସ୍ତେ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ବିସ୍ତୃତ ଆଲୋଚନା ପରେ ସର୍ବ ସମ୍ମତିକ୍ରମେ ନିଷ୍ପତି ହେଲା ଯେ, ଚଳିତ ସାଧାରଣତନ୍ତ୍ର ଦିବସ ଜିଲ୍ଲା ସ୍କୁଲ ପଡିଆ ଠାରେ ଆୟୋଜିତ ହେବ । ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନ/ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନେ ପୂର୍ବାହ୍ନ ଘ. ୭.୩୦ ମିନିଟ୍ ସୁଦ୍ଧା ଜାତୀୟ ପତାକା ଉତୋଳନ କରିବେ । ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ଘ. ୮.୧୫ ମିନିଟ୍ ସମୟରେ ଗାନ୍ଧୀ ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀ ଓ ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ, ପୂର୍ବାହ୍ନ ଘ. ୮.୩୦ ମିନିଟ୍ ସମୟରେ ଜିଲ୍ଳ୍‌ା ସ୍କୁଲ ପଡିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବ । ଏହି ସମୟରେ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ପରିବେଷଣ କରାଯିବ । ପ୍ୟାରେଡରେ କେବଳ ପୋଲିସ ବାହିନୀ ସାମିଲ ହେବେ । ଦର୍ଶକ ଭାବେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି ଓ ଆଶାକର୍ମୀ ଏବଂ ସପେଂଇ କର୍ମଚାରୀ ଊପସ୍ଥିତ ରହିବେ । ସାଧାରଣ ଦର୍ଶକମାନଙ୍କୁ ଉତ୍ସବ ସ୍ଥଳକୁ ପ୍ରବେଶକୁ ବାରଣ କରାଯାଇଅଚ୍ଥି । ସଂଧ୍ୟାରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଗୁଡିକୁ ନିଜସ୍ୱ ବ୍ୟୟରେ ଆଲୋକ ମାଳାରେ ସଜ୍ଜିତ କରାଯିବାକୁ ପରାମର୍ଶ ଦିଆଯାଇଚ୍ଥି । ଅପର ପକ୍ଷରେ ବ୍ୟକ୍ତି ବିଶେଷମାନେ ମଧ୍ୟ ନିଜସ୍ୱ ଗୃହକୁ ଆଲୋକ ମାଳାରେ ସଜ୍ଜିତ ପାଇଁ ଅନୁରୋଧ କରାଯାଇଚ୍ଥି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ୍‌.ସି. ବାରିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି,, ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି , ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର, ଅନ୍ୟାନ୍ୟ ଜିଲ୍ଳ୍‌ା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close