ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ଅଧିନରେ କାର୍ଯ୍ୟ କରି ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ, ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ ଶ୍ରମ ବିଭାଗର ଦ୍ୱାରସ୍ଥ

ବ୍ୟାସନଗର, ୧୭/୧(ଉ.ନ୍ୟୁଜ୍ ବ୍ୟୁରୋ): ଚାରାରୋପଣ, ଗାତ ଖୋଳା, ବାଡ ପ୍ରସ୍ତୁତି ଆଦିରେ ଅଭିଜ୍ଞତା ଥିବା ଭଦ୍ରଖ ଅଂଚଳର ୧୮ ଜଣ ଶ୍ରମିକ ଯାଜପୁରରୋଡ ବନାଂଚଳ ଅଧିକାରୀ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧିନରେ କାର୍ଯ୍ୟ କରି ସେମାନଙ୍କ ମଜୁରୀ ବାବଦରେ ୩ଲକ୍ଷ ୯୩ ହଜାରରୁ ଉର୍ଦ୍ଧ ଟଙ୍କା ନ ପାଇ ହା ହତିଶରେ ଥିବା ବେଳେ ରେଞ୍ଝ ଅଧିକାରୀ କାଳକ୍ଷେପଣ ନୀତି ଅବଲମ୍ବନ କରି ପଳାଇ ଯିବାକୁ ମସୁଧା କରୁଥିବାର ଯୋଜନାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ରେଞ୍ଜ ଅଧିକାରୀ ଶ୍ରୀ ପଟ୍ଟନାୟକ ଓ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ପ୍ରମୁଖଙ୍କୁ ଏ ବାବଦରେ ବାରମ୍ବାର ଯୋଗାଯୋଗ କରାଯାଇଆସୁଥିଲେ ହେଁ କୈାଣସି ସୁଫଳ ମିଳିପାରୁ ନାହିଁ । ଏଣେ ଆସନ୍ତା ୩୧/୦୧/୨୦୨୧ରେ ରେଞ୍ଜ ଅଧିକାରୀ ତାଙ୍କ ଚାକିରୀରୁ ଅବସର ନେଉଥିବା ବେଳେ ଶ୍ରମିକମାନେ ବହୁବାର ଧାଁ ଦୈାଡ କରି କୈାଣସି ପ୍ରକାରରେ ବାକି ମଜୁରୀ ପାଇପାରୁ ନ ଥିବାରୁ ଓ ୩୧.୧.୨୧ ପରେ ରେଞ୍ଜ ଅଧିକାରୀ ପଳାଇ ଯିବାପରେ ସେମାନଙ୍କ ମୂଲ ବୁଡିବାର ଆଶଙ୍କାରେ ଗରୀବ ଶ୍ରମିକମାନେ ଅଛନ୍ତି । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ଅଧିନରେ ଶ୍ରମିକମାନେ ମେହନତିର ସହ ୦୨ଟି କାମ କରିଥିଲେ । ୧ମ କାମରେ ଶ୍ରମିକଙ୍କ ମଜୁରୀ ବାବଦ ୦୨ଲକ୍ଷ ୨୯ ହଜାର ୩୦୦ ଟଙ୍କା ଓ ୨ୟ କାମରେ ୦୧ ଲକ୍ଷ ୭୩ ହଜାର ୯୦୦ଟଙ୍କା ହୋଇଥିବା ବେଳେ ରେଞ୍ଜ ଅଧିକାରୀ କେବଳ ଖାଇବା ଖର୍ଚ୍ଚ ୧୦ହଜାର ଟଙ୍କା ଦେଇଥିଲେ । ତେଣୁ ଏହି ୨ଟି କାମରେ ସେମାନଙ୍କର ଆଉ ୦୩ ଲକ୍ଷ ୯୩ ହଜାର ୨୦୦ ଟଙ୍କା ବାକି ରହିଛି । ରେଞ୍ଜ ଅଧିକାରୀଙ୍କୁ ୫୦ରୁ ଉର୍ଦ୍ଧ ଥର ଶ୍ରମିକମାନେ ଯୋଗାଯୋଗ କରିଥିଲେ ହେଁ ସେମାନଙ୍କୁ ତାଙ୍କର ବକେୟା ମଜୁରୀ ଆଦି ପୈଠ ନ କରି ସେ ଖାଲି ସମୟ ଗଡ଼ାଇ ଚାଲିଛନ୍ତି । ବନାଂଚଳ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାମକୁ ଦେଖାଶୁଣା କରୁଥିବା ଫରେଷ୍ଟର ପ୍ରେମାନନ୍ଦ ରାଉତରାୟଙ୍କ ‘କରୋନା’ରେ ମୃତ୍ୟୁବରଣ ହେବାପରେ କାମ ଦେଇଥିବା ବନାଂଚଳ ଅଧିକାରୀ ବିଭିନ୍ନ ବାହାନା କରି କେତେବେଳେ ଟଙ୍କା ଦେବା କଥା କହୁଛନ୍ତି ତ କେତେବେଳେ ଫାଙ୍କିବା ଭଳି କହୁଛନ୍ତି । ଟଙ୍କା ମାଗିବାକୁ ଶ୍ରମିକମାନେ କିପରି ଯାଜପୁରରୋଡ ନ ଆସିବେ ସେଥିପାଇଁ ଯୋଜନା କରି ଶ୍ରମିକମାନଙ୍କ ସର୍ଦ୍ଦାର ଭଦ୍ରଖ ଅର୍ଣ୍ଣପାଳ ଅଂଚଳର ଦୀଲିପ ମଲ୍ଲିକଙ୍କ ନାମରେ ବନାଂଚଳ ଅଧିକାରୀ ଏତଲା ଦେଇ ଦିଲୀପଙ୍କ ସମେତ ବନ ବିଭାଗର ଏହି ନିୟମିତ ଶ୍ରମିକମାନଙ୍କ କଣ୍ଠରୋଧ ପାଇଁ ହୋଇଥିବା ଷଡ଼ଯନ୍ତ୍ର ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହି ଫନ୍ଦିରେ ଫସିଯାଇଥିବା ସଂପୃକ୍ତ ବନାଂଚଳ ଅଧିକାରୀ ଏବେ ଯିବା ଆସିବା ସମୟରେ ଘଟଣାର ରଫାଦଫା କରିବାର ସବୁ ଯୋଜନା ଫେଲ ମାରିଥିବା ବେଳେ ଶ୍ରମିକମାନେ ବିଶିଷ୍ଟ ପରିବେଶବିଦ୍ ଓ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ବାବଦରେ ସେମାନେ ୩.୧.୨୧ରେ ତାଙ୍କୁ ଲିଖିତ ଅଭିଯୋଗ କରିବା ପରେ ତା. ୦୪.୧.୨୦୨୧ରେ ସ୍ଥାନୀୟ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ପ୍ରାପ୍ୟ ପାଇବା ଉପରେ ଏକ ମାମଲା ରୁଜ୍ଜୁ ହୋଇଛି । ଏଣେ କଟକ ବନଖଣ୍ଡ ଅଧିକାରୀ ଓ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କୁ କଟକ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ଦାଶ ନୋଟିସ ଜାରୀ କରି ତୁରନ୍ତ ଶ୍ରମିକମାନଙ୍କ ପ୍ରାପ୍ୟ ପୈଠ ପାଇଁ କହିଛନ୍ତି । କାମ୍ପା, ଡି.ଏମ.ଏଫ ପାଣ୍ଠିରେ ବନୀକରଣ, ସହରାଂଚଳ ବନିକରଣ ଆଦି ବହୁ ଯୋଜନାରେ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ବେଳେ କାମ କରିଥିବା ଗରୀବ ଶ୍ରମିକମାନଙ୍କ ମୂଲ ବୁଡାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକ ଡ଼ଃ. ଦେବାଶିଷ ପାଣିଗ୍ରାହୀ, ଜଂଗଲ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ପିସିସିଏଫ ଡ଼ଃ. ସନ୍ଧୀପ ତ୍ରିପାଠୀ, ଆର.ଡି.ସି ଅନୀଲ କୁମାର ସାମଲ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରମିକ ନେତା ତଥା ସାମାଜିକ କର୍ମୀ ଶ୍ରୀ ରାଉତ । ଆବଶ୍ୟକ ହେଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଏହାର ବିଧିବଦ୍ଦ ତଦନ୍ତ ପାଇଁ ଯିବୁ ବୋଲି କହିଛନ୍ତି ଶ୍ରମିକ ଦୀଲିପ ମଲ୍ଲିକ । ଡି.ଜି ଭିଜିଲାନ୍ସ ଡ଼ଃ. ପାଣିଗ୍ରାହୀ ଜଣେ ନ୍ୟାୟବାନ ଏବଂ ଦୁର୍ନୀତି ବିରୋଧରେ କଠୋର ଓ ସମୟୋଚିତ ପଦକ୍ଷେପ ନେଇ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କୁ ନ ଛାଡି ଉଦାହରଣ ସୃଷ୍ଟି କରିଛନ୍ତି ଓ ଏହି ମାମଲାରେ ସେ ଆମକୁ ନ୍ୟାୟ ଦେବେ ବୋଲି ଆଶା ପ୍ରକଟ କରିଛନ୍ତି ଶ୍ରମିକ ନେତା ଶ୍ରୀ ରାଉତ । ପୂର୍ବରୁ ବହୁ ଘଟଣାରେ ସେ ତାଙ୍କ ଠାରୁ ନ୍ୟାୟ ପାଇଛନ୍ତି ବୋଲି କହିଛନ୍ତି । ଆଇ.ଏଫ.ଏସ ଶ୍ରୀ ପାଠକଙ୍କ ଭଳି ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ରାଜ୍ୟରେ ଅଛନ୍ତି ଓ ସେମାନେ ଶହ ଶହ କୋଟି ହଡ଼ପ କରିଛନ୍ତି । ସେମାନଙ୍କ ବିରୋଧରେ ଠିକଣା ପଦକ୍ଷେପ ନେଲେ ଆଜି ଆଉ ଗାଡି ଚେକିଂ ଆଦି କରି ଗରୀବ/ମଧ୍ୟବିତଙ୍କୁ ଆଶଙ୍କିତ କରିବାର ଆବଶ୍ୟକତା ପଡନ୍ତା ନାହିଁ, ବରଂ ରାଜ୍ୟ ସରକାରଙ୍କୁ ଶହ ଶହ କୋଟି ଟଙ୍କା ରିକଭରି ହୋଇ ବଡ଼ ଅଙ୍କର ରାଜସ୍ୱ ମିଳନ୍ତା । କାମ୍ପା ଯୋଜନାରେ ସାରା ରାଜ୍ୟରେ ତଦନ୍ତକୁ ବ୍ୟାପକ କରାଯିବା ସହ କଟକ ବନଖଣ୍ଡରେ ହୋଇଥିବା ବହୁ ଦୁର୍ନୀତିର ବିଧିବଦ୍ଧ ତଦନ୍ତ ହେଲେ ଧାରଣା ବାହାରେ ସଂଗଠିତ ହୋଇଥିବା ଦୁର୍ନୀତିଗୁଡିକର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଶ୍ରୀ ରାଉତ ଆଶାପୋଷଣ କରିଛନ୍ତି । ଏହାଛଡ଼ା ଯାଜପୁରରୋଡ ବନାଂଚଳ ଅଧିକାରୀ ଆସନ୍ତା ୩୧.୧.୨୦୨୧ରେ ଅବସର ନେଉଥିବା ବେଳେ ତାଙ୍କୁ କିପରି ଡି.ଏଫ.ଓଙ୍କ ସମେତ ବନ ବିଭାଗର ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଅର୍ଥନୈତିକ କାରବାର ପାଇଁ ଛାଡି ଦେଇ ଦୁର୍ନୀତିକୁ ପ୍ରେତ୍ସାହିତ କରୁଛନ୍ତି ? ଅତିକମରେ ଅବସରର ୦୧ମାସ ପୂର୍ବରୁ ତାଙ୍କ ଠାରୁ ଅର୍ଥନୈତିକ କାରବାରର କ୍ଷମତା ପ୍ରତ୍ୟାହାର କରାଯିବା କଥା । ହେଲେ ତାହା କରାଯାଇ ନ ଥିବାରୁ ରେଞ୍ଜ ଅଧିକାରୀ ତାଙ୍କ ମନଇଚ୍ଛା ଅର୍ଥନୈତିକ କାରବାର, ମିଥ୍ୟା ଭାଉଚର, ମିଥ୍ୟାବିଲରେ ଲାଗି ପଡିଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠି (ଡି.ଏମ.ଏଫ)ରେ କାମ କରିଥିବା ୧୮ଜଣ ଶ୍ରମିକମାନଙ୍କୁ ମଜୁରୀ ନ ଦେଇ ଖସିଯିବାର ଷଡ଼ଯନ୍ତ୍ର ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାଉତ କହିଛନ୍ତି । ଶ୍ରମିକମାନଙ୍କୁ ଖାଇବା ଖର୍ଚ୍ଚ ୧୦ହଜାର ଟଙ୍କା ଦେଇଥିବା ରେଞ୍ଝ ଅଧିକାରୀ ଶ୍ରୀ ପଟ୍ଟନାୟକ କିପରି ଶ୍ରମିକମାନଙ୍କୁ ଚିହ୍ନି ନାହାନ୍ତି ବୋଲି କହୁଛନ୍ତି ?? ଡି.ଏଫ.ଓ ଏବଂ ରେଞ୍ଜ ଅଧିକାରୀ ତା ୦୪.୧.୨୧ରେ ପ୍ରାପ୍ୟ ଦେବାକୁ ପ୍ରତିଶୃତି ଦେଇ ପରେ କିପରି ଶ୍ରମିକମାନଙ୍କୁ ଭୟଭୀତ କରାଇବାର ଯୋଜନା କରି ସ୍ଥାନୀୟ ଥାନାରେ ଏତଲା ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । କାମ କରୁଥିବା ଶ୍ରମିକମାନଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ନ ଦେଇ ପରେ ଦିଆଯିବ ବୋଲି କହି ୟା’ ତା’ଙ୍କ ଖାତାକୁ ଟଙ୍କା ପଠାଇ ପରେ ତାକୁ ଉଠାଇ ହଡ଼ପ କରାଯାଇଛି ବୋଲି ଶ୍ରୀ ରାଉତ ଆଶଙ୍କା କରିଛନ୍ତି । ବନ ବିଭାଗର ବହୁ ଅଧିକାରୀଙ୍କ ଜାଣତରେ ଓ ସେମାନଙ୍କୁ ଡକାଇ ଡି.ଏମ.ଏଫ କାମ କରାଯାଇଥିବା ବେଳେ ଏବେ ଫାଙ୍କିବାର ଷଡ଼ଯନ୍ତ୍ର ବିରୋଧରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ତାଛଡା ଯାଜପୁର ଜିଲ୍ଲାରେ ଡି.ଏମ.ଏଫ ପାଣ୍ଠିର କୀପରି ଦୂରୁପଯୋଗ ହୋଇଛି ସେ ବାବଦରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ରାଉତ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close