ଯାଜପୁରରେ କରୋନା ଟୀକାକରଣ ଆରମ୍ଭ

ଯାଜପୁର, ୧୬/୦୧: ଯାଜପୁର ଜିଲ୍ଲାର ୫ଟି କେନ୍ଦ୍ର ଯଥା-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଡଚଣା, ଯାଜପୁରରୋଡ, ଦଶରଥପୁର ଓ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାରଠାରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଟୀକାକରଣ ସମ୍ପର୍କରେ ଉଦ୍‌ବୋଧନ ଦେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଟୀକା ନେଇଥିବା ବ୍ୟକ୍ତିବିଶେଷମାନଙ୍କ ସହ ବାର୍ତାଳାପ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋରଙ୍କ ଉପସ୍ଥିତିରେ ସିଡିଏମଓ ଡାକ୍ତର ସୁଧାଂଶୁ ଶେଖର ବଳ ଟୀକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପରେ ସଫେଇ କର୍ମଚାରୀ ହୃଷିକେଶ ଗୋଛାୟତଙ୍କୁ ସର୍ବପ୍ରଥମ ବ୍ୟକ୍ତି ଭାବେ ଜିଲ୍ଲାରେ ଟୀକାକରଣ କରାଯାଇଥିଲା । ପରେ ପରେ ସିଡିଏମଓ ଡାକ୍ତର ବଳ, ଏଡିଏମଓ ଡାକ୍ତର ଅନୁପ କୁମାର ନାଥ ଶର୍ମାଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ, ସଫେଇ କର୍ମଚାରୀ ଓ ଆଶା କର୍ମୀମାନଙ୍କୁ ଟୀକାକରଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ରାଠୋର ଜିଲ୍ଲାରେ ଟୀକାକରଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୮୬୨ଜଣଙ୍କୁ ଟୀକାକରଣର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଶନିବାର ଜିଲ୍ଲାର ୫ଟି ସ୍ଥାନରେ ୧୦୦ଜଣ ଲେଖାଏ ମୋଟ୍ ୫ଶହ ଜଣଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଛି । ଏହି ଟୀକାକରଣ ପାଇଁ ପୂର୍ବରୁ ୨ ରୁ ୩ ଥର ଡ୍ରାଏରନ କରାଯ୍ଧବ କର୍ମଚାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । କୋଭିଡ ସମୟରେ ଯେପରି ଲୋକମାନେ ପ୍ରଶାସନକୁ ସହଯୋଗ କରିଥିଲେ, ଅନୁରୂପ ଭାବେ ଟୀକାକରଣରେ ମଧ୍ୟ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ସିଡିଏମଓ ଡାକ୍ତର ଶ୍ରୀ ବଳ ସୂଚନା ଦେଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୭୬୫୦ଟୀକା ମିଳିଥିବା ବେଳେ ଟୀକାକରଣ ଆରମ୍ଭ ହୋଇଛି ଓ ଅବଶିଷ୍ଟ ଟୀକା ଖୁବ ଶିଘ୍ର ପହଂଚିବ ବୋଲି କହିଥିଲେ । କୋଭିଡ଼ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଟୀକାକରଣ ପାଇଁ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ପଞ୍ଜିକୃତ କରାଯାଇବାର୍ତା ଦିଆଯାଇଥିଲା । ସେମାନଙ୍କର ଡ଼ାଟାବେସ୍ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଟୀକା ନେଇଥିବା ବ୍ୟକ୍ତିମାନଙ୍କୁ ପୁନଶ୍ଚ ୨୮ ଦିନ ପରେ ଦ୍ୱିତୀୟ ଡ଼ୋଜ୍ ଟୀକା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ଯୋଗ ଦେଇଥିଲେ । ପ୍ରଥମ ଟୀକା ନେଇଥିବା ଶ୍ରୀ ଗୋଛାୟତ ନିଜ ପ୍ରତିକ୍ରୀୟାରେ ପ୍ରଥମରୁ ସାମାନ୍ୟ ଭୟ ଲାଗୁଥିଲେ ମଧ୍ୟ ଟୀକା ନେବା ପରେ ଖୁସି ଲାଗୁଛି ଓ କୈାଣସି ପାଶ୍ୱର୍ ପ୍ରତିକ୍ରୀୟା ଜଣାଯାଇ ନାହିଁ ବୋଲି କହିଥିଲେ । ଟୀକାକରଣ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ ଟୀକା ନେବାର ଅଧ ଘଂଟାଏ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷରେ ରଖାଯାଇଥିଲା । ଟୀକାକରଣରେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଜିଲାରେ ଶୃଙ୍ଖଳିତ ଭାବେ ସମସ୍ତ କେନ୍ଦ୍ରରେ ଟୀକାକରଣ ଚାଲିଥିଲା ବୋଲି ସିଡ଼ିଏମ୍‌ଓ ଡ଼ାକ୍ତର ବଳ ସୂଚନା ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close