ଅବସରପ୍ରାପ୍ତ ଖଣି ନିଗମ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପାଇଁ ଧାରଣା ଜାରୀ; ଆସନ୍ତା କାଲି ଆଲୋଚନା ପାଇଁ ଡାକିଲେ ଉଚ୍ଚ କର୍ତୃପକ୍ଷ

ବ୍ୟାସନଗର,୧୪/୦୧: ଏକଦା ଓଡ଼ିଶା ଖଣି ନିଗମ ଓ ରାଜ୍ୟ ବିଦ୍ୟୁତ୍ ବୋର୍ଡ଼ର କର୍ମଚାରୀମାନଙ୍କ ପାଇଁ ୧୯୯୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ପେନସନ ବ୍ୟବସ୍ଥା କରିବାକୁ କ୍ୟାବିନେଟ ମଂଜୁର କରି ଲାଗୁ କରିବାକୁ ଆଦେଶ ଦେଇଥିଲେ । ରାଜ୍ୟ ବିଦ୍ୟୁତ୍ ବୋର୍ଡ କାଳ ବିଳମ୍ବ ନ କରି ଏହି ଆଦେଶକୁ ପାଳନ କରିଥିଲା । ମାତ୍ର ବିଭିନ୍ନ ବାହାନା ଦେଖାଇ ଖଣି ନିଗମ ଏହାକୁ ଲାଗୁ ନ କରି ସମୟ ଗଡାଇ ଚାଲିଛନ୍ତି । କର୍ମଚାରୀମାନେ ଏ ସଂକ୍ରାନ୍ତରେ ତଳ କୋର୍ଟରୁ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ମାମଲା ଦାୟର କରିଛନ୍ତି । ୨୩.୧.୨୦୧୯ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ବି. ଆର. ଷଡ଼ଙ୍ଗୀ ମହୋଦୟ କର୍ମଚାରୀମାନଙ୍କ ସପକ୍ଷରେ ରାୟ ଦେଇ ପ୍ରତିପକ୍ଷ ରାଜ୍ୟ ସରକାର ଓ ଖଣି ନିଗମକୁ ୪ମାସ ମଧ୍ୟରେ ପେନସନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଶ୍ଚର୍ଯ୍ୟର କଥା ଖଣି ନିଗମ ଓ ରାଜ୍ୟ ସରକାର ସଲାସୁତୁରା ହୋଇ ଉଚ୍ଚ ନ୍ୟାୟାଳୟର ରାୟକୁ ୨ଜଣିଆ ବିଚାରପତିଙ୍କ ଇଜଲାସରେ ବିଚାର ପାଇଁ ପୁନଃ ଆବେଦନ କରିବା ସହ ନିଗମ କର୍ମଚାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭତା ପ୍ରସ୍ତାବ ତା ୩୦.୦୧.୨୦୧୯ରେ ନିଗମ ବୋର୍ଡରେ ଆଗତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିଲେ । ଏହି କେସ ପ୍ରକ୍ରିୟା କୋର୍ଟରେ ଦୀର୍ଘ ୨୯ ବର୍ଷ ହେଲା ଚାଲୁଛି । ସ୍ୱତନ୍ତ୍ର ଭତା ପ୍ରସଙ୍ଗ ୨ ବର୍ଷ ହୋଇଗଲାଣି । ଖଣି ନିଗମ ଓ ରାଜ୍ୟ ସରକାରଙ୍କ ଉଦାସୀନତାରୁ ପ୍ରାୟ ୧୨୭ଜଣ କର୍ମଚାରୀଙ୍କ ଇତିମଧ୍ୟରେ ଦେହାନ୍ତ ହୋଇସାରିଲାଣି । ଏବେ ଅଧିକାଂଶ ଅବସରପ୍ରାପ୍ତ କର୍ମଚାରୀ ଘୋର ଆର୍ଥିକ ସଙ୍କଟ ମଧ୍ୟରେ କାଳାତିପାତ କରୁଛନ୍ତି । କର୍ମଚାରୀମାନଙ୍କ ପେନସନ ଓ ଭତା ପାଇଁ ବହୁ କର୍ମଚାରୀ ବିଭିନ୍ନ ସମୟରେ ଦାବୀ କରିଆସୁଛନ୍ତି । ଓ.ଏମ.ସିର ବିଭିନ୍ନ ଖଣି ଓ ଦପ୍ତରରୁ ଅବସର ନେଇଥିବା ଶତାଧିକ କର୍ମଚାରୀ ସ୍ଥାନୀୟ ଯାଜପୁରରୋଡ ଆଂଚଳିକ ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ତା. ୧୧/୦୧/୨୦୨୧ରୁ ଏହାର ପ୍ରତିବାଦରେ ରିଲେ ଅନଶନରେ ବସିଛନ୍ତି । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେମାନେ ବିଭିନ୍ନ ନାରା ଦେଇ ସେମାନଙ୍କ ଦାବୀ ହାସଲ ପାଇଁ ଅଡି ବସିଛନ୍ତି । ଯାଜପୁରରୋଡରେ ଚାଲିଥିବା ଏହି ଧାରଣାରେ କୋରାପୁଟ, ବଡବିଲର ସେରେଣ୍ଡା, ଖଣ୍ଡାଧାର, ଗନ୍ଧମାର୍ଦ୍ଧନ, ଦୈତାରୀ, କାଳିଆପାଣି ଖଣି, ବିଭିନ୍ନ ଆଂଚଳିକ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର ନିଗମ ମୁଖ୍ୟାଳୟରୁ ଅବସର ନେଇଥିବା କର୍ମଚାରୀମାନେ ଆସି ଯୋଗ ଦେଉଛନ୍ତି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଅନଶନ ଜାରୀ ରଖିବେ ବୋଲି କହିଛନ୍ତି । ଏକଥା ଓ.ଏମ.ସିର ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ନିଗମର ନୂଆ ଏମ.ଡି ବଲୱନ୍ତ ସିଂହ ମହୋଦୟଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ନିଗମ ମୁଖ୍ୟାଳୟକୁ ଆଲୋଚନା ପାଇଁ ଧାରଣାରତ ଏକ ପ୍ରତିନିଧି ଦଳକୁ ନିଗମର ଜି.ଏମ (ପି ଆଣ୍ଡ ଏ) ଅଶୋକ କୁମାର ବେହେରା ଆସନ୍ତା କାଲି ଆଲୋଚନା ପାଇଁ ଡାକିଛନ୍ତି । ଏହି ପ୍ରତିନିଧି ଦଳରେ ଅବସରପ୍ରାପ୍ତ ଖଣି ନିଗମ କର୍ମଚାରୀ ସଂଘର ସଭାପତି ବିଷ୍ଣୁରଂଜନ ଦାସ, ସଂପାଦକ ଗୋବର୍ଦ୍ଧନ ନାୟକ, ପ୍ରତାପ କେଶରୀ ନାୟକ, ସୁବାସ ଚନ୍ଦ୍ର ଆଇଚ ପ୍ରମୁଖ ସାମିଲ ହୋଇ ଯାଉଥିବାର ସୂଚନା ମିଳିଛି । ଏମ.ଡି ଶ୍ରୀ ସିଂହଙ୍କ ସମୟୋଚିତ ହସ୍ତକ୍ଷେପକୁ କର୍ମଚାରୀ ସଂଘ ସମେତ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇ ସାଧୁବାଦ ପ୍ରକଟ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close