ବ୍ୟାସନଗର ଗୋପବନ୍ଧୁ ଛକରେ ଚାଲିଛି ଗାଡି ତନଖି, ଜୋରିମାନା ଆଦାୟ

 

ବ୍ୟାସନଗର,୦୪/୦୧(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ବ୍ୟାସନଗର ପୈାରାଂଚଳର ଗୋପବନ୍ଧୁ ଛକରେ ଆଜି ସନ୍ଧ୍ୟାରୁ ସ୍ଥାନୀୟ ପୋଲିସ ପକ୍ଷରୁ ୦୨ ଚକିଆ ଗାଡି ତନଖି ଜାରୀ ରହିଛି । ହେଲମେଟ ଚେକିଂ, ଇନସ୍ୟୁରାନ୍ସ, ପଛରେ ବସିିଥିବା ଆରୋହୀଙ୍କ ହେଲମେଟ ପରିଧାନ ସହ ଗାଡିର କାଗଜାଦି ତନଖି କରାଯାଉଛି । ଆଇନ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । କିଛି ଦିନ ହେଲା ବ୍ୟାସନଗର ପୈାରାଂଚଳରେ ଯାଂଚ ପକ୍ରିୟା ଯୋର ଧରିଛି । ସରକାରଙ୍କ ରାଜସ୍ୱ ଆଦାୟ ବଢ଼ୁଥିବା ବେଳେ ଗରୀବ ଓ ମଧ୍ୟବିତଙ୍କ ଉପରେ ଜୋରିମାନା ବୋଝ ଓ ଭୟ ଘାରିଛି । କରୋନା ମାଡ ପରେ, ଦରଦାମ ବୃଦ୍ଧି, ରୋଜଗାର ହ୍ରାସ ସତ୍ୱେ ଅଂଟା ସଳଖୁଥିବା ଗରୀବ ଓ ମଧ୍ୟବିତଙ୍କ ଉପରେ ଜୋରିମାନା ମାଡ ଲୋକଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି । ପୂର୍ବ ଜୋରିମାନା ଠାରୁ ଏବେକାର ଜୋରିମାନା ୦୨ଗୁଣ ଅଧିକ ବୃଦ୍ଧି କରାଯାଇ ଆଦାୟ କରାଯାଉଥିବାରୁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି । ଯଥା- ପୂର୍ବରୁ ହେଲମେଟ ପରିଧାନ ନ କରିଥିଲେ ୫୦୦ଟଙ୍କା ଫାଇନ କଟାଯାଉଥିବା ବେଳେ ଏବେ ତାହା ୦୧ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବୀମା ନ ଥିଲେ ୧ ହଜାର ସ୍ଥଳେ ୨ହଜାର ଟଙ୍କା ଫାଇନ ଆକାରରେ ୨ଚକିଆ ଯାନ ଠାରୁ ଆଦାୟ ହେଉଥିବାର କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close