ଯାଜପୁରରୋଡ ଡ୍ରଗ୍ସ ନିରୀକ୍ଷକଙ୍କ କାର୍ଯ୍ୟାଳୟର ପିଅନ ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ

ବ୍ୟାସନଗର, ୩୦/୧୨: ଆଜି ବୁଧବାର ଯାଜପୁରରୋଡ ସ୍ଥିତ ଡ୍ରଗ ଇନ୍ସପେକ୍ଟର କାର‌୍ୟ୍ୟାଳୟର ପିଅନ ରଘୁନାଥ ପଣ୍ଡା ସନ୍ତୋଷ କୁମାର ସାହୁଙ୍କ ଠାରୁ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଧରା ପଡିଥିବାର ସୂଚନା ମିଳିଛି। ଯାଜପୁର ଭିଜିଲାନ୍ସ ଇନ୍ସପେକ୍ଟର ଅନୁସୟା ସେନାପତିଙ୍କ ପାଖରେ ପୂର୍ବରୁ ଲାଞ୍ଚ ନେବାର ସୂଚନା ଥିବାରୁ କଟକ ଓ ଯାଜପୁର ଭିଜିଲାନ୍ସର ମିଳିତ ଚଡ଼ଉ ଫଳରେ ଆଜି ପିଅନ ଶ୍ରୀ ପଣ୍ଡାଙ୍କୁ ଭିଜିଲାନ୍ସ ବିଭାଗ ଧରିବାରେ ସକ୍ଷମ ହୋଇଛି। ଏହି କାର୍ଯ୍ୟାଳୟରେ ଲାଂଚ କାରବାର ନେଇ ପୂର୍ବରୁ ବହୁ ଅଭିଯୋଗ ରହିଥିଲା । ଲାଇସେନ୍ସ ନବୀକରଣ, ନୂଆ ଲାଇସେନ୍ସ, ସାମ୍ପଲ ଡ୍ର ଆଦିରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ବହୁ ଶସ୍ତା, ନିଷିଦ୍ଧ ଓ ନକଲି ମେଡିସିନର କାରବାର ଶିଳ୍ପ ସମୃଦ୍ଧ କଳିଙ୍ଗନଗର ଓ ବ୍ୟାସନଗର ଅଂଚଳରେ ଅବାଧରେ ବିକ୍ରିବଟା ହେଉଥିବା ବେଳେ କରୋନା ସମୟରେ ବହୁ ପୁରୁଣା ଓ ଅଦରକାରୀ ମେଡିସିନକୁ ଲୋକଙ୍କୁ ଦିଆଯାଇଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close