ବ୍ୟାସନଗରରେ ବି.ଜେ.ଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ, ବରିଷ୍ଠ କଂଗ୍ରେସ ନେତା ରସାନନ୍ଦଙ୍କ ସମେତ ୨୨ଜଣ ଅନ୍ୟ ଦଳର ନେତାଙ୍କ ବିଜେଡିରେ ଯୋଗଦାନ

ବ୍ୟାସନଗର, ୨୪/୧୨(ନି.ପ୍ର): ଆଗକୁ ଆସୁଛି ପୈାର ନିର୍ବାଚନ । ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗରରେ ବିଜୁ ଜନତା ଦଳ ତା’ର ପ୍ରଭାବ ଜାରୀ କରିବା ପାଇଁ ଓ ଦବଦବା ଦେଖାଇବା ପାଇଁ ଯୋଜନା କରି ଆଜି ଅନ୍ୟ ଦଳକୁ ଟାର୍ଗେଟ କରି ବହୁ ପ୍ରମୁଖ ନେତାଙ୍କୁ ଦଳରେ ସାମିଲ କରି ପୈାର ନିର୍ବାଚନ ଜିଣିବା ପାଇଁ ପଥ ପ୍ରସ୍ତୁତ କରିଛି । ରାଜ୍ୟ ବ୍ୟାପି ଆଜି ବିଜେଡି ତା’ର ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ବ୍ୟାସନଗର ପୈାରାଂଚଳରେ ଏହାକୁ ବଳିଷ୍ଠ ଭାବେ ପାଳନ କରାଯିବା ସହିତ ଅନ୍ୟ ଦଳର ବହୁ ବରିଷ୍ଠ ନେତା ବିଶେଷକରି ପୈାର ପରିଷଦର ପୂର୍ବତନ ନଗରପାଳ ତଥା ବର୍ଷିୟାନ କଂଗ୍ରେସ ନେତା ରସାନନ୍ଦ ମହାନ୍ତିଙ୍କ ସମେତ ୦୬ଜଣ ପୂର୍ବତନ କାଉନସିଲର, ୧୫ଜଣ ବିଭିନ୍ନ ଦଳର ନେତା ଓ ସମାଜସେବୀ ବିଜେଡିରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବରେ ମନ୍ତ୍ରୀ ତଥା ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ଯାଜପୁରର ବିଧାୟକ ତଥା ରାଜ୍ୟ ବିଜେଡି ସଂଗଠନର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ଯାଜପୁରର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମୋ’କଲେଜର ଅଧ୍ୟକ୍ଷ ଆକାଶଦାସ ନାୟକ ପ୍ରମୁଖ ହେବିୱେଟ ନେତା ଯୋଗଦେଇ ବିଜେଡି ରାଜ୍ୟରେ ସୁଶାସନ ପ୍ରଦାନ କରୁଥିବା ସହ ମହିଳାମାନଙ୍କୁ ଅଗ୍ରାଧିକାର ପ୍ରଦାନ କରୁଛି ବୋଲି କହିଥିଲେ । କେରାଇ ବିଧାୟକ ଅଶୋକ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଆଗଧାଡ଼ିର ନେତା ବିଜେଡି ବ୍ୟାସନଗର ସଭାପତି ବ୍ରଜକିଶୋର ରାଉତ, ପୂର୍ବତନ ନଗରପାଳ ସବିତା ରାଉତ ଓ ସରୋଜିନୀ ବଳ, ପୂର୍ବତନ ଉପ-ନଗରପାଳ ସୁବାସ ବଳ, ମନୋଜ ପରିଡାଙ୍କ ସମେତ ଶତାଧିକ ବରିଷ୍ଠ ନେତା ଯୋଗ ଦେଇ ବିଜୁବାବୁଙ୍କ ଆଦର୍ଶରେ ଗଠିତ ଦଳ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଯାଜପୁର ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ଓ ଛାତ୍ର ନେତା ସୈାମ୍ୟ ବିଶ୍ୱାଳଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close