ପଚ୍ଛିକୋଟ ଡି.ପି.ଏଫ୍ ମଧ୍ୟରୁ ମୋହରମ ଖନନ ଉପରେ ପି.ସି.ସି.ଏଫଙ୍କ ତଦନ୍ତ ନିର୍ଦ୍ଦେଶ, ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଜାରୀ

ବ୍ୟାସନଗର, ୨୦/୧୨: କଟକ ବନଖଣ୍ଡ ଅଧିନ ଯାଜପୁରରୋଡ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ପଚ୍ଛିକୋଟ ସଂରକ୍ଷିତ ଜଂଗଲ (ଡି.ପି.ଏଫ୍‌) ମଧ୍ୟରୁ ବିଭିନ୍ନ ସମୟରେ ବେଆଇନ ଭାବେ କୋଟି କୋଟି ଟଙ୍କାର ମୋହରମ ଖନନ ନେଇ ଗଣମାଧ୍ୟମରେ ବହୁ ଖବର ପ୍ରକାଶିତ ହେବା ପରେ ଓ ଏ ବିଷୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଭିଜିଲାନ୍‌ସ ମହାନିର୍ଦ୍ଦେଶକ, ତତ୍‌କାଳୀନ ବନ ବିଭାଗର ପ୍ରମୁଖ ସିଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପି.ସି.ସି.ଏଫ୍‌, କଟକ ରାଜସ୍ୱ ଆୟୁକ୍ତ ପ୍ରମୁଖଙ୍କୁ ଇ-ମେଲ ଯୋଗେ ଶ୍ରମିକ ନେତା ତଥା ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତ ରୀତିମତ ଅଭିଯୋଗ କରିବା ପରେ କଟକ ଡି.ଏଫ.ଓ ସୁଦର୍ଶନ ବେହେରା, ଯାଜପୁରରୋଡ ରେଞ୍ଜ ଅଧିକାରୀ, ଫରେଷ୍ଟର ଦତହରି ବେହେରା ପ୍ରମୁଖଙ୍କୁ ବଦଳି କରାଯାଇଥିଲା । ଏପରିକି ବହୁ ଦୁର୍ନୀତିରେ ସଂପୃକ୍ତ ତତ୍‌କାଳୀନ ଡି.ଏଫ.ଓ ଶ୍ରୀ ବେହେରାଙ୍କୁ ଦୀର୍ଘଦିନ ଧରି ବିଭାଗ ବିହୀନ ଆଇ.ଏଫ୍‌.ଏସ କରି ବସାଇଦିଆଯାଇଛି । ଏହି ଘଟଣା ଦୀର୍ଘ ମାସ ଧରି ଯାଜପୁର, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଅନଗୁଳ, ଭୁବନେଶ୍ୱର ଆଦି ଅଂଚଳରେ ସେତେବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । । ପରେ ବନ ବିଭାଗର ନୂଆ ଟିମ ଆସିବା ପରେ ଆଶାକରାଯାଉଥିଲା କଟକ ବନ ଖଣ୍ଡ ଓ ଯାଜପୁରରୋଡ ରେଞ୍ଜ ଅଂଚଳରେ ଉତରଦାୟୀ ତଥା ସ୍ୱଚ୍ଛତାର ବ୍ୟବସ୍ଥାମାନ ସୃଷ୍ଟି ହେବ । ମାତ୍ର ଦିନ କେଇଟା ପରେ ସବୁ ଓଲଟ ପାଲଟ ହୋଇଗଲା । ବନୀକରଣ କଥା ହେଉ, ‘କାମ୍ପା’ ଯୋଜନା କଥା ହେଉ, ଚୋରା କାଠର ବେପାରବଟା କଥା ହେଉ, ଜଂଗଲ ଜମିରୁ ମୋହରମ ତାଡିବା କଥା ହେଉ, ଚାରା ସୃଷ୍ଟିରେ ଦୁର୍ନୀତି କଥା ହେଉ, ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ନ ଦେବା ଘଟଣା ହେଉ କି ବିଭିନ୍ନ କାମ ନକରି ଟଙ୍କା ଉଠାଇ ଆତ୍ମସାତ୍ ଘଟଣା ହେଉ ଏସବୁ ଆଦି ଯେମିତି ଚାଲିବା କଥା ଚାଲିଲା । ଏହା ଉପରେ ଅଭିଯୋଗ ଓ ଖବର ପ୍ରକାଶନର ପରେ ପରେ କେଇ ଦିନ ଛାଡି ଦେଇ ପୁଣି ଯେଉଁ କଥାକୁ ସେହି କଥା ଘଟି ଚାଲିବାର ଦେଖାଯାଉଛି । ତଦନ୍ତକାରୀ ଅଧିକାରୀ, ଦୁର୍ନୀତି ନିବାରଣ ବିଭାଗ ଏହିସବୁ ଅନିୟମିତତା ଉପରେ ତଦନ୍ତ କରି କି ପଦକ୍ଷେପ ନେଲେ ତାହା ଜଣାପଡିଲା ନାହିଁ! ଯାଜପୁରରୋଡ ରେଞ୍ଜରେ ବହୁ ଦୁର୍ନତୀ ସଂଗଠିତ ହୋଇ ଚାଲିବା ଉପରେ କଟକର ନୂଆ ଡି.ଏଫ.ଓ ସୁଦର୍ଶନ ପାତ୍ର, ଅନଗୁଳର ଆର.ସି.ସି.ଏଫ ସୁଦର୍ଶନ ପଣ୍ଡାଙ୍କୁ ପରିବେଶବିଦ୍ ଶ୍ରୀ ରାଉତ ବହୁ ଅଭିଯୋଗ କରିଛନ୍ତି ଓ ବହୁ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ମାତ୍ର ସେସବୁ ଚାପି ଦିଆଯାଇଥିବା କଥା ହାଟରେ ପଡି ଦାଣ୍ଡରେ ଗଡୁଛି । କଟକ ଡି.ଏଫ.ଓ ଶ୍ରୀ ପାତ୍ର ନିଜ ପଦବୀରେ ଥିବା ବେଳେ ଅନଗୁଳର ଆର.ସି.ସି.ଏଫ ଭାବେ ପି.ଆର. କରାଟେ ଅଛନ୍ତି । ଏଭଳି କିଛି ଅଭିଯୋଗ ଶ୍ରୀ ରାଉତ ବର୍ତମାନର ପି.ସି.ସି.ଏଫ ସନ୍ଦୀପ ତ୍ରିପାଠୀ ମହୋଦୟଙ୍କ ନିକଟରେ କରିଥିଲେ ଓ ସେ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ଇତିମଧ୍ୟରେ ଦେଇଥିବାର ଜଣାଯାଇଛି । ମାତ୍ର ତଦନ୍ତ ପୂର୍ବରୁ ଜଂଗଲ ଜମିରୁ ବେଆଇନ ଭାବେ ମୋହରମ ଖନନରେ ଲିପ୍ତ କିଛି ବ୍ୟକ୍ତିବିଶେଷଙ୍କ ପାଖରେ କିପରି ଖବର ପହଚିଂଲା ଓ କିଏ ଏହାକୁ ପ୍ରଘଟ କଲା ଓ କ’ଣ ପାଇଁ କଲା ତା’କୁ ନେଇ ଗତକାଲି ଦିନତମାମ କୋରେଇ ଓ ଯାଜପୁରରୋଡ ଅଂଚଳରେ ସରଗରମ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ରେଂଜ ଅଧିକାରୀଙ୍କ ସପକ୍ଷରେ କିଛି ଲେଖା ପି.ସି.ସି.ଏଫ ଶ୍ରୀ ତ୍ରିପାଠୀ ମହୋଦୟଙ୍କ ନିକଟକୁ ପଠାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥିବାର ଯୋଜନା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରମାଣ ନଷ୍ଟ କରିବା ସହ ଅଭିଯୋଗକାରୀଙ୍କ ବିରୋଧରେ କାଗଜ ତିଆରି ପାଇଁ ଉଦ୍ୟମ ଚାଲିଥିବାର ଶୁଣିବାକୁ ମିଳୁଥିବାବେଳେ ରେଂଜ ଅଧିକାରୀ ନିଜକୁ ବଂଚାଇବାକୁ ଯାଇ ଉପରୁ ଆସିଥିବା ନୋଟିସକୁ ବିଭିନ୍ନ ବ୍ୟକ୍ତି ତଥା ମାଫିଆମାନଙ୍କୁ ଦେଇ କୁଆଡେ କାମରେ ଲଗାଇଥିବାର ଜଣାଯାଇଛି । ଏଣେ ଆସନ୍ତା କାଲି ତଦନ୍ତକାରୀ ଅଧିକାରୀ ଆସୁଥିବାର ଶୁଣାଯାଉଛି । ଅଧିକାରୀ ଖନନ ସ୍ଥଳ ପରିଦର୍ଶନ ସହ ହେକ୍ଟର ହେକ୍ଟର ଜମିରେ ‘କାମ୍ପା’ ଯୋଜନାରେ ଯାଜପୁରରୋଡ ଫରେଷ୍ଟ ରେଞ୍ଜ ଅଧିନସ୍ଥ ପଚ୍ଛିକୋଟ ସଂରକ୍ଷିତ ଜଂଗଲ (ଡି.ପି.ଏଫ୍‌)ରେ ଲଗାଯାଇଥିବା ଗଛଗୁଡିକୁ ମୋହରମ ବୋହିନେବା ନିଶାରେ କିପରି କେତେକ ଗଛକୁ ଟ୍ରକ ଚଢ଼ାଇ ଦଳି ଚକଟି ଦିଆଯାଇଛି, ଜଂଗଲ ଜମିରୁ କାହିଁକି ନିଶାର୍ଦ୍ଧରେ ମୋହରମ ତଢ଼ାଯାଉଛି, କେତେ ଟଙ୍କା କେଉଁ ଯୋଜନାରେ ଖର୍ଚ୍ଚ ହୋଇଛି ଓ ସେଠାରେ କ’ଣସବୁ ହୋଇଛି ଏସବୁ ବିଭିନ୍ନ ଦିଗ ଉପରେ ନଜର ଦେଲେ ବହୁ ଗୁମର ଫିଟନ୍ତା ବୋଲି ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଆଦି ଆଶା ରଖିଛନ୍ତି । ଏହାଛଡା କଟକ ବନଖଣ୍ଡ ଅଧିନରେ ‘କାମ୍ପା’ ଯୋଜନାରେ ହୋଇଥିବା ବନୀକରଣ କାର୍ଯ୍ୟ ଉପରେ ଖୋଳତାଡ ହେବାକୁ ଦାବୀ ଉଠିଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close