କଳିଙ୍ଗନଗର ରୋଟାରୀ କ୍ଲବ ତରଫରୁ ରାଷ୍ଟ୍ରୀୟ ନିର୍ମାଣ ପୁରସ୍କାର ପ୍ରଦାନ

ବ୍ୟାସନଗର, ୧୯/୧୨: କଳିଙ୍ଗନଗର ରୋଟାରୀ କ୍ଲବ ଦ୍ୱାରା ରୋଟାରୀ ବର୍ଷ ୨୦୨୦-୨୧ ନିମନ୍ତେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୫ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ନିର୍ମାଣ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ବ୍ୟାସନଗରସ୍ଥିତ ବରିଷ୍ଠ ନାଗରିକ ମଂଚର ସଭାଗୃହରେ କ୍ଲବର ସାକ୍ଷରତା ମିଶନର ଅଧ୍ୟକ୍ଷ ରୋଟାରିଆନ ମନୋଜ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଶିକ୍ଷାବିତ ତଥା ବରିଷ୍ଠ ନାଗରିକ ମଂଚର ବ୍ୟାସନଗର ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ରନାଥ ବେହୁରିଆ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପୁରସ୍କାର ବିତରଣ ଊତ୍ସବରେ ସର୍ବଶ୍ରୀ ଶରତ ଚନ୍ଦ୍ର ଦାସ ,କୂଳମଣୀ ଖଟୁଆ,ଅରୁଣ କୁମାର ବେହେରା,ଶରତ କୁମାର ପଟ୍ଟନାୟକ ଏବଂ ପ୍ରତିମା ମଂଜରୀ ସାହୁ ପ୍ରମୁଖଙ୍କୁ ମାନପତ୍ର ଏବଂ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ରୋଟାରୀ କ୍ଲବ ପକ୍ଷରୁ ସଭାପତି ରୋଟାରିଆନ ମହେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ରୋଟାରିଆନ ଦିନେଶ କୁମାର ସାହୁ, କାର୍ଯ୍ୟକାରୀ ସମ୍ପାଦକ ରୋଟାରିଆନ ସୁଦୀପ କୁମାର ମିଶ୍ର, ପ୍ରାକ୍ତନ ସଭାପତି ରୋଟାରିଆନ ଲୋକନାଥ ରାଉତ, ରୋଟାରିଆନ ସଂଗ୍ରାମ କେଶରୀ ପଟ୍ଟନାୟକ, ରୋଟାରିଆନ ଅକ୍ଷୟ କୁମାର ପତି, ରୋଟାରିଆନ ପରମେଶ୍ୱର ଦାସ,ରୋଟାରିଆନ ଇଂ.କମଳ ଲୋଚନ ସାହୁ,ରୋଟାରିଆନ ଅଚ୍ୟୁତାନନ୍ଦ ମହାନ୍ତି,ରୋଟାରିଆନ ଶିବାନନ୍ଦ ନାୟକ,ରୋଟାରିଆନ ଦେବକଲ୍ୟାଣ ଦାସ, ରୋଟାରିଆନ କୈଳାସ ଚନ୍ଦ୍ର ସାହୁ,ରୋଟାରିଆନ ଗୋପିନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close