କୋତପୁର ଘାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବା ନେଇ ଆନ୍ଦୋଳନ ଡାକରା ଦେଲେ ବି.ଜେ.ଡି ନେତା: ଗଢାହେଲା ପାଟପୁର ସଚେତନ ସଂଗ୍ରାମୀ ମଂଚ

ଯାଜପୁର,୧୫/୧୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର-ରମାପୁର ଛକ ମଝିରେ ମନୁଷ୍ୟକୃତ ଘାଇ ସୃଷ୍ଟି ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ହେଲେ ସରକାରଙ୍କ ପ୍ରତିଶୃତି ମୁତାବକ ଚାଷୀମାନଙ୍କୁ ଅଦ୍ୟାବଧି କୌଣସି କ୍ଷତିପୁରଣ ରାଶି ନ ମିଳିବା ନେଇ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଆନ୍ଦୋଳନ ଡାକରା ଦେବା ଘଟଣା ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ସୋମବାର ଧର୍ମଶାଳାର ପାଟପୁର ବଳଦେବଜୀୟୁ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇ ପାଟପୁର ସଚେତନ ସଂଗ୍ରାମୀ ମଂଚ ଗଠିତ ହୋଇଛି । ଗରୀବ କଲ୍ୟାଣ, ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱକୁ ସମର୍ଥନ କରି ଏହି ମଂଚ ଗଢା ହୋଇଛି । ଏଥିରେ ସତୀଶ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଗରୀବ କଲ୍ୟାଣ ଏବଂ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ପାଇଁ ନବୀନ ପଟ୍ଟନାୟକ ସରକାର ସମଗ୍ର ଦେଶରେ ଦୃଷ୍ଟାନ୍ତ । ହେଲେ ଜନପ୍ରତିନିଧିଙ୍କ ଦୁର୍ନିତିଖୋର ମନୋଭାବ ପାଇଁ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟର ସଫଳ ରୂପାୟନ ହୋଇପାରୁ ନାହିଁ । ମୋ’ ସ୍ୱପ୍ନର ଲାଙ୍ଗୁଡି ଧର୍ମଶାଳାର ଗୌରବ ହୋଇଥିବା ବେକେ ଏହାର କିର୍ତିରାଜୀ ଦିନକୁ ଦିନ ଶ୍ରୀହୀନ ହେବା ଏବଂ ଏହି ପାହାଡରୁ ରୀତିମତ ମୋରମ ଲୁଟ ହେବା ଅତ୍ୟନ୍ତ ଦଃୁର୍ଭଗ୍ୟଜନକ । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ସେହିପରି କୋତପୁର ଘାଇ ପାଇଁ ସର୍ବସ୍ୱାନ୍ତ ହୋଇ ପଡିଥିବା ଚାଷୀଙ୍କୁ ଅଦ୍ୟାବଧି କ୍ଷତି ପୂରଣ ନ ମିଳିବା ନେଇ ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଆବଶ୍ୟକ ହେଲେ ଏଥିନେଇ ଜନଆନ୍ଦୋଳନ କରାଯିବ ବୋଲି ସତୀଶ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଗଠିତ ମଂଚରେ ଅର୍ଜୁନ ନାୟକ- ସଭାପତି, ଅନିରୁଦ୍ଧ ମହାରଣା- ଉପସଭାପତି, ପ୍ରଭାତ ଓଝା- ସଂପାଦକ, ପ୍ରମୋଦ ନାୟକ- ସହ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ଏଥରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close