ରାଣୀତାଲ ରେଲୱେ ଲେବୁଲ କ୍ରସିଂର ଦୁଇପାର୍ଶ୍ୱ ଦୀର୍ଘ ୧୦ମାସ ହେଲା ଅବ୍ୟବସ୍ଥାରେ ପଡ଼ିଛି

ଭଦ୍ରକ ; ୧୪/୧୨: (ମୁକ୍ତିକାନ୍ତଙ୍କ ଠାରୁ) ଭଦ୍ରକ ରାଣୀତାଲ ଛକରୁ ଆରମ୍ଭକରି ବାଲେଶ୍ୱର ଜିଲ୍ଲା କୁପାରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ରାଣୀତାଲ ଷ୍ଟେସନ ପାଖ ଲେବୁଲ କ୍ରସିଂର ଦୁଇପାର୍ଶ୍ୱ  ଦୀର୍ଘ ଦଶ ମାସ ହେଲା ଅବ୍ୟବସ୍ଥାରେ ପଡ଼ିରହିଛି। ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଚଳା ଚଳ କରୁଥିବା ବେଳେ କ୍ରସିଂର ଦୁଇପାର୍ଶ୍ୱ ଏଭଳି ଖରାପ ରହିବାଦ୍ୱାରା ଚାଳକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ସେହିସ୍ଥାନରେ ଖାଲଢ଼ିପ ସୃଷ୍ଟି ହୋଇ ଚଳାଚଳରେ ବାଧା ଉପୁଜିଥିବା ପରିଲକ୍ଷିତ ହୋଇଛି। ଏବେ ବର୍ଷା ନଥିଲେ ହେଁ ଦୁଇପାର୍ଶ୍ୱ ସମ୍ପୂର୍ଣ୍ଣ ଖରାପଥିବା ସ୍ଥଳେ ଧୂଳିରେ ଆଖ ପାଖ ଅଞ୍ଚଳ ଲୋକେ ପ୍ରଭାବିତ ହେଉଛନ୍ତି। ଦୀର୍ଘଦିନ ଧରି ଏହି କ୍ରସିଂର ଦୁଇପାର୍ଶ୍ୱ ନିର୍ମାଣ ହେଉନଥିବାର ଆଖପାଖ ଲୋକ ତଥା ଯାତାୟାତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close