ଗରୀବ ଭିନ୍ନକ୍ଷମ ବାଳକ ଦେବପ୍ରସାଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା, ସମାଜସେବୀମାନଙ୍କ ସହଯୋଗ

ଦାନଗଦି,୧୩/୧୨(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ପୁଅଟିଏ ଜନ୍ମ ହେଲେ ପରିବାରରେ କେତେ ଖୁସି ଆସିଥାଏ । ହେଲେ ପୁଅଟିଏ ବାଲ୍ୟାବସ୍ଥାରୁ ଭିନ୍ନକ୍ଷମ ହୋଇ ଗରୀବ ବାପ ମା’ଆଙ୍କ ଉପରେ ବୋଝ ହେବା ସହ ତା’ର ଦୈନନ୍ଦିନ ଯାବତୀୟ ଯଞ୍ଜାଳ ସାଙ୍ଗକୁ ଔଷଧ ଖର୍ଚ୍ଚ, ତା’କୁ ଭଲ କରିବା ପାଇଁ ଚିକିତ୍ସା କରିବାକୁ ଟଙ୍କାର ଅଭାବ କିପରି ଅଭାବୀ ବାପ ମାଆଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ଦୁଃଖ ସୃଷ୍ଟି କରୁଥିବ ଓ ତାଙ୍କର ବ୍ୟାକୁଳତା କେଉଁ ଅବସ୍ଥାରେ ଥିବ ତାହା ଜଣେ ଦରଦୀ ମଣିଷ ପକ୍ଷରେ ସହଜରେ ଅନୁମେୟ! ଯାଜପୁର ଜିଲ୍ଲା ଶିଳ୍ପ ସମୃଦ୍ଧଭରା ଦାନଗଦି ବ୍ଲକ ପଙ୍କପାଳ ଶାସନର ନୀଳଦେଇପୁର ଶାସନ ଗ୍ରାମର ସଂଜୟ କୁମାର ଶତପଥି ନିକଟସ୍ଥ ଯାଜପୁରରୋଡ (ବ୍ୟାସନଗର) ସହରର ଏକ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ । ଏକ ଦୁର୍ଘଟଣାରେ ଏକ ପ୍ରକାରର କାମ କରିବାକୁ ଅର୍କମଣ୍ୟ ହୋଇ କାମ ଛାଡିଲେ । ପରେ ସାମାନ୍ୟ ସୁସ୍ଥତା ଅନୁଭବ କରି ହାଲୁକା କାମ କରି ନିଜର ୪ ପ୍ରାଣୀ କୁଟୁମ୍ବ ଚଳାଇବାକୁ ଯୋଜନା କରି ପ୍ରତିଦିନ ୨୦-୩୦ ପ୍ୟାକେଟ ଓମଫେଡ କ୍ଷୀର ବିକ୍ରି କରି ଯାହା ପାଆନ୍ତି ସେଥିରେ ପରିବାର ବଡ କଷ୍ଟରେ ଚଳେ । ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିଖିଆ ଚାଉଳ ପରିବାରର ଏକ ପ୍ରକାରର ସାହାରା । ସଂଜୟଙ୍କ ପରିବାରରେ ସ୍ତ୍ରୀ ଦିପ୍ତୀମୟୀଙ୍କ ସହ ୨ଟି ସନ୍ତାନ ମଧ୍ୟରୁ ଝିଅ ବଡ । ସେ ପଇସା ଅଭାବରୁ ଯେନତେନ ପ୍ରକାରରେ +୨ରେ ପଢ଼ିଲାଣି । ସାନ ପୁଅ ଦେବପ୍ରସାଦର ଅବସ୍ଥା ପରିବାରର ସବୁ ସୁଖକୁ ହଜାଇ ଦେଇଛି । ଦେବପ୍ରସାଦ ଯେତେବେଳେ ୮ମାସର ହୋଇଥିଲା ତା’କୁ ଏକ ଅଜଣା ଜ୍ୱର ହୋଇଥିଲା । ତାଙ୍କ ପିତା ସଂଜୟ କଟକର ଶିଶୁ ଭବନ ଠାରୁ ଆରମ୍ଭ କରି ବହୁ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେ ଗୁରୁତର ତଥା ଜଟିଳ ସ୍ନାୟବିକ ବ୍ୟାଧିରେ ଆକ୍ରାନ୍ତ ହୋଇ ବାଲ୍ୟାବସ୍ଥାରୁ ଶଯ୍ୟାଶାୟୀ ହେଲେ । ଦେବପ୍ରସାଦକୁ ଭଲ କରିବା ପାଇଁ ସବୁ ଜମିବାଡି ବିକ୍ରିକରି ବାପା ନିରାଶ ହେଲେ । ଏଣେ ରୋଜଗାର ନ ଥିବାରୁ ସମସ୍ୟା ବଢ଼ି ବଢ଼ି ଚାଳିଛି । ଦେବପ୍ରସାଦର ଚିକିତ୍ସା ପାଇଁ ସବୁବେଳେ ଟଙ୍କାର ଆବଶ୍ୟକତା ଦେଖାଦେଉଛି । ତା’ର ଏହି ଦୁଃଖଦ ପରିସ୍ଥିତିର ସମାଧାନ ପାଇଁ ଦାନଗଦି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି କିଛି ସମାଜସେବୀ ଆଗେଇ ଆସିଛନ୍ତି । ବ୍ଲକ ପକ୍ଷରୁ ଡି.ପି.ଏମ (ଗୋଷ୍ଠୀ ପ୍ରକଳ୍ପ ଅଧିକାରୀ) ରବୀନ୍ଦ୍ର କୁମାର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୦୫ହଜାର ଟଙ୍କାର ସହାୟତା ତା’ର ବାପା ସଂଜୟଙ୍କୁ ପ୍ରଦାନ କରିଛନ୍ତି । କାଲି ତା’କୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯିବ । ସେଠାରୁ କଟକ ବଡ କାକ୍ତରଖାନାକୁ ନିଆଯିବ । ଏସବୁ ସରକାରୀ ସ୍ତରରେ କରାଯିବ । ତା’ର ଚିକିତ୍ସା ସରକାର ବହନ କରନ୍ତୁ ବୋଲି କିଛି ସମାଜସେବୀ ଓ ମାନବାଧିକାର କର୍ମୀ ପ୍ରୟାସ କରିଆସୁଥିଲେ । ସେମାନେ ମଧ୍ୟ ସହଯୋଗ ପାଇଁ ଆଗେଇ ଆସିଛନ୍ତି । ଏହି ସହାୟତା ରାଶି ପ୍ରଦାନ ବେଳେ ଦାନଗଦି ମେଡିକାଲର ଡ଼ା. ଶୁଭାଶିଷ ଜେନା, ମାନବାଧିକାର କର୍ମୀ ତଥା ସମାଜସେବୀ ଅକ୍ଷୟ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close