ବ୍ୟାସନଗର ସହର ଉପକଣ୍ଠ ବେଣାପୁର ଠାରେ ଜାତୀୟ ରାଜପଥରେ ଓଭର ବ୍ରିଜ୍ ନିର୍ମାଣ
ବ୍ୟାସନଗର,୧୧/୧୨(ପଦ୍ମଲୋଚନ ନାୟକଙ୍କ ଠାରୁ): ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥର ବ୍ୟାସନଗର ସହର ଉପକଣ୍ଠ ବେଣାପୁର ଠାରେ ତ୍ରୃଟିପୂର୍ଣ୍ଣ ନିର୍ମାଣ ପାଇଁ ବହୁ ଦୁର୍ଘଟଣା ଘଟିବା ପରେ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ବହୁ ଦାବୀ ହୋଇଆସୁଛି । ଏହା ଉପରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ହସ୍ତକ୍ଷେପ କଲାପରେ ରାଜପଥ ପ୍ରାଧିକରଣ ବିଭାଗ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଆଗେଇ ଆସିଛି । କିଛି ଦିନ ତଳେ ସାଂସଦ ଶ୍ରୀମତୀ ସେଠୀ ଏହି ସ୍ଥାନକୁ ପରିଦର୍ଶନରେ ଆସିଥିବା ବେଳେ ଆଜି ସେ ପୁଣି ଏହି ସ୍ଥାନକୁ କୋରେଇ ବିଧାୟକ ଅଶୋକ ବଳ, ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖଙ୍କ ସହ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ୍ ଶୀଘ୍ର ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
Live Share Market