ତମାଖୁ ସେବନ ପନ୍‌ଝାରେ ଆଜି ଯୁବ ସମାଜ, ତମାଖୁ ବର୍ଜ୍ଜନ ପାଇଁ ଯାଜପୁରରେ ସଚେତନତା

ଯାଜପୁର, ୧୦ା୧୨: ଆଜି ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ଜଳ ବିଭାଜିକା କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷରେ ତମାଖୁ ସେବନ ଓ ଏହାର ନିରାକରଣ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲ । । ବର୍ତମାନ ସର୍ବେକ୍ଷଣ ଅନୁସାରେ ଯୁବ ସମାଜ ତମାଖୁ ସେବନକୁ ଜୀବନର ଏକ ଅଙ୍ଗ ଭାବେ ବିବେଚନା କରିଚାଲିଚ୍ଥନ୍ତି । ଯାହାକି ସମାଜର ଭବିଷ୍ୟତ ପୀଢି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଚ୍ଥି । ଏହି ପୀଢିକୁ ଏଥିରୁ ନିବର୍ତାଇବା ଆଜି ଆହ୍ୱାନ ରୂପେ ଧରି ନିଆଯିବ । ବିଡି, ସିଗାରେଟ୍‌, ଗୁଟୁଖା, ପାଉଡର ଇତ୍ୟାଦି ଥରେ ଅଭ୍ୟାସରେ ପରିଣତ ହୋଇଗଲେ ଏଥିରୁ ମୁକୁଳିବା ଅତ୍ୟନ୍ତ କଷ୍ଟକର ବୋଲି ସବୁ ବର୍ଗର ଲୋକ ସଚେତନ ହେବା ଉଚିତ । ତେଣୁ ଜନସାଧାରଣଙ୍କ ମଧ୍ୟରେ ସଚେତନତାକୁ ଜୋରଦାର କରିବା ପାଇଁ ସମାଜରେ ପ୍ରସ୍ତୁତି ଆବଶ୍ୟକ । ଶିକ୍ଷାନୁୁଷ୍ଠାନ ଗୁଡିକରେ ଅଧ୍ୟୟନରତ କୋମଳମତି ବାଳକ, ବାଳିକାମାନଙ୍କୁ ଏହାଠାରୁ ଦୂରେଇ ରଖିବା ପାଇଁ ୧୦୦ ମିଟର ବ୍ୟବଧାନ ମଧ୍ୟରେ ଏହାର ବିକ୍ରିକୁ ନିଷେଧ କରିବା ଉଚିତ । ଯଦିଓ ଏହାର ପ୍ରସ୍ତୁତି ଓ ବିକ୍ରି ଉପରେ ଆଇନ ଅଦାଲତରେ ଆଇନ କାର୍ଯ୍ୟକାରୀ କରାଯାଉଚ୍ଥି ସେଗୁଡିକୁ ନିଷ୍ଠାର ସହିତ ପ୍ରୟୋଗ ଓ ମାନସିକ କ୍ଷେତ୍ରରେ ପ୍ରସ୍ତୁତି ସେତେଟା ପଂଳପ୍ରଦ ହୋଇପାରିନାହିଁ । ଆମ ଦେଶରେ ପ୍ରତି ଘଣ୍ଟାରେ ତମାଖୁ ସେବନ ଦ୍ୱାରା ଆକ୍ରାନ୍ତ ୯୦ ଜଣ ବ୍ୟକ୍ତି ମୃତ୍ୟୁ ମୁଖରେ ପଡୁଚ୍ଥନ୍ତି ବୋଲି କର୍ମଶାଳାରେ ଉଦ୍‌ବେଗ ସୃଷ୍ଟି ହୋଇଥିଲା । କୈାଣସି ସର୍ବସାଧାରଣ ସ୍ଥାନରେ ବିଡି, ସିଗାରେଟ ଖାଇବା ଧର୍ତବ୍ୟ ଅପରାଧ ବୋଲି ସେହି ସ୍ଥାନମାନଙ୍କରେ ବିଜ୍ଞାପନ ବୋର୍ଡ ଲାଗିବା ଉଚିତ୍ । ତମାଖୁ ସେବନ ଦୁଇ ପ୍ରକାରର ଅଟେ । ଗୋଟିଏ ହେଉଚ୍ଥି ଧୁମ୍ର ରହିତ ଓ ଅନ୍ୟଟି ଧୁମ୍ର ଯୁକ୍ତ । ଉଭୟ ମାନବ ସମାଜ ପ୍ରତି କ୍ଷତିକାରକ । ଡା. ପାର୍ଥସାରଥୀ ମିଶ୍ର ଓ ଡା. ରମେଶ ଚନ୍ଦ୍ର ମଲ୍ଲିକ ତମାଖୁ ସେବନକୁ ସାମାଜିକ ଅନଗ୍ରସରତା କହି ଏହା ଠାରୁ ଦୂରେଇ ରହିବାକୁ ମତ ଉପସ୍ଥାପନ କରିଥିବା ବେଳେ ଓଡିଶା ସରକାରଙ୍କ ତରପଂରୁ ସିନିୟର ଟବାକୋ ଆଇନ ପରାମର୍ଶଦାତା ଡା. ଗିରିଜା ଶଙ୍କର ମିଶ୍ର ଏ ଦିଗରେ କାର୍ଯ୍ୟରତ କର୍ମଚାରୀମାନେ କିପରି ଆଇନକୁ ସଠିକ ଭାବେ ପ୍ରୟୋଗ କରିପାରବେ ଏ ସମ୍ୱନ୍ଧରେ ତିଷ୍ଠି ରହିଥିବା ଆଇନ ଅଦାଲତର ଭୂମିକା ଉପରେ ତିର୍ଯ୍ୟକ ଧାରଣା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭେଷଜ ନିରୀକ୍ଷକ ଏଚ୍‌.ପି ମଲ୍ଲିକ, ଖାଦ୍ୟ ନିରାପତା ଅଧିକାରୀ ବିଭୁଦତତ୍ତତ୍ରିପାଠୀ, ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ତମାଖୁ ସେବନର ନିରାକରଣ ଉପରେ ସହଯୋଗର ହାତ ବଢାଇବାକୁ ସମ୍ମତି ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close