ବ୍ୟାସନଗର ପୌରପରିଷଦରେ ଭାରତ ବନ୍ଦର ଚିତ୍ର ,ବିଭିନ୍ନ ଟ୍ରେଡ଼ ୟୁନିଅନ ତରଫରୁ ବନ୍ଦ ପାଳନ

ବ୍ୟାସନଗର ; ୦୮/୧୨ : ବ୍ୟାସନଗର ପୌରପରିଷଦ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିବାର ପରିଲକ୍ଷିତ ହୋଇଛି। ଆଜି ସମସ୍ତ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି।ବନ୍ଦର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଲୋକଙ୍କ ଉପରେ ପଡିଛି।ଆଜି ଓଡ଼ିଶାରେ ପ୍ରଥମା ଅଷ୍ଟମୀ ପର୍ବ ଥିବା ବେଳେ ସମସ୍ତ ବ୍ୟାପାର କାର୍ଯ୍ୟ ଠପ ରହିଛି। କୃଷକ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରବ୍ୟାପୀ ଭାରତ ବନ୍ଦ ଡାକରା ସଫଳ ହୋଇଛି। ସକାଳୁ ସନ୍ଧ୍ୟା ଯାଏଁ ଏହି ବନ୍ଦ ପାଳନକୁ ଅନେକ ସଂଗଠନ ତରଫରୁ ସମର୍ଥନ ମିଳିଛି। ଏହି ଆନ୍ଦୋଳନକୁ ବିରୋଧୀ ଦଳ, ଟ୍ରେଡ଼ ୟୁନିଅନ ,ଅଟୋ,ଟ୍ୟାକ୍ସି ୟୁନିଅନ ମଧ୍ୟ ସମର୍ଥନ କରିଛନ୍ତି।ଦେଶର ରାଜଧାନୀ ଦିଲ୍ଲୀ ,ପଞ୍ଜାବ ଓ ହରିୟାଣାରେ ବିଶେଷ କରି ଏହାର ପ୍ରଭାବ ଦେଖାଦେଇଛି।  କେବଳ ଆମ୍ବୁଲାନ୍ସ ସେବା ଏବଂ ଜରୁରୀ କାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ସକାଳ ୧୧ଟାରୁ ବନ୍ଦ ରହିଛି। ଏଥି ସହିତ ଅନେକ ବ୍ୟାଙ୍କ ୟୁନିଅନ ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।  କୃଷକଙ୍କ ସମର୍ଥନରେ ସି ଟୁ(CITU), CPI ସି ପି ଆଇ,  ,AIKKMS,SUCI,AIDYU, ଅଲ ଇଣ୍ଡିଆ ଟ୍ରେଡ଼ ୟୁନିଅନ କଂଗ୍ରେସ(AITUC) , ହିନ୍ଦୁ ମଜଦୂର ସଭା ( HMS) ,ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିଅନ(CITU) , ଅଲ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ଼ ୟୁନିଅନ ସେଣ୍ଟର (AIUTUC) , ଇଣ୍ଡିଆନ ନ୍ୟାସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ (INTUC) ଏବଂ ଟ୍ରେଡ଼ ୟୁନିଅନ କୋର୍ଡିନେସନ ସେଣ୍ଟର(TUCC) ମଧ୍ୟ ସାମିଲ ରହିଛି। ସମ୍ପୂର୍ଣ୍ଣ ଭାରତରେ ଏହି ବନ୍ଦର ଚିତ୍ର ଦେଖିବାକୁ ମିଳିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close