ଧର୍ମଶାଳା ବ୍ଲକ ଆରୁହାରେ ଅଚଳ ଟ୍ୟୁୱେଲର ତୁରନ୍ତ ମରାମତି ଦାବୀ

ଧର୍ମଶାଳା,୦୪/୧୨(ସୁମନ କୁମାର ରାୟଙ୍କ ଠାରୁ): ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ପାନୀୟ ଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ଗ୍ରାମରେ ରାହାସ ସାମଲଙ୍କ ଘର ନିକଟରେ ଥିବା ଟ୍ୟୁୱେଲର ମରାମତି କରାଯାଉ ନାହିଁ । ଦୀର୍ଘ ଦେଢ ବର୍ଷ ହେଲା ଟ୍ୟୁୱେଲଟି ଅଚଳ ହୋଇ ପଡିଥିବା ବେଳେ ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ଏଠାରେ ପାନୀୟ ଜଳ ପାଇବା ପାଇଁ ଅନ୍ୟ ବିକଳ୍ପ ଏପରିକି କୂଅଟିଏ ବି ନାହିଁ । ଫଳରେ ଏହି ଟ୍ୟୁୱେଲ ଉପରେ ନିର୍ଭରଶୀଳ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏ କ୍ଷେତ୍ରରେ ଦାୟୀ ଅଧିକାରୀଙ୍କ ବିରୋଧରେ ୫-ଟି ଆଧାରରେ କାର୍ଯ୍ୟାନୁଷ୍ଠାନ ହେଲେ ସାଧାରଣ ଲୋକେ ଖୁସି ହୁଅନ୍ତେ ବୋଲି ସାବିତ୍ରୀ ସାମଲ, ରାହାସ ସାମଲ, ଜୟନ୍ତି ତ୍ରିପାଠୀ ଏବଂ ବହୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close