ଶହୀଦ୍ ଭଗତ ସିଂହ ଯୁବକ ସଂଘ ତରଫରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଯାଜପୁର, ୦୩/୧୨ (ସନ୍ତୋଷ ରଥ): ବ୍ୟାସନଗର ଅଂଚଳର ସାମାଜିକ ଅନୁଷ୍ଠାନ ଶହୀଦ୍ ଭଗତ ସିଂ ଯୁବକ ସଂଘ ତରଫରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ଵାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ୟାସନଗର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ସମ୍ବାଦର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା ଭିନ୍ନକ୍ଷମମାନଙ୍କୁ ଆଶାବାଡ଼ି ଏବଂ ବସ୍ତ୍ର ପ୍ରଦାନ କରିଥିଲେ । ଉକ୍ତସଭାରେ ବ୍ୟାସନଗର ପୌରପରିସଦକୁ ତିନୋଟି ଦାବି କରାଯାଇଥିଲା । ଭୂମିହିଁନମାନଙ୍କୁ ଜମିପଟା ପ୍ରଦାନ ସହିତ ପକାଘର ଓ ସମସ୍ତ ସରକାରୀ ସୁବିଧାସୁଯୋଗ ଯୋଗାଇଦେବାକୁ ଅନୁଷ୍ଠାନର ସଭାପତି ଦାବି କରିଥିଲେ, ଦ୍ୱିତୀୟ ଗାନ୍ଧୀ ଲେଫର୍ସି କଲୋନୀରେ ବାସକରୁଥିବା ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଘର, ପାଣି, ବିଦ୍ୟୁତର ସୁବନ୍ଦୋବସ୍ତ କରିବାକୁ ଅନୁଷ୍ଠାନ ତରଫରୁ ଦାବି କରାଯାଇଥିଲା ତୃତୀୟ ସରକାରଙ୍କ ନଜରକୁ ଆସିପାରୁନଥିବା ଆମ ଅଞ୍ଚଳର ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା । ଏହି ସଭାରେ ଉପସ୍ଥିତ ଥିଲେ ସମୀର ରାୟ, ପ୍ରଶାନ୍ତ ବୋଇତାଇ, ଚିନ୍ତାମଣୀ ମଲ୍ଲିକ, ଦୀପକ କୁମାର ଦାସ, ମଳୟ ବିଶ୍ୱାଳ, ଆଶୁତୋଷ ବଳ, ପ୍ରଶାନ୍ତ କୁମାର ପାତ୍ର, ଭଗବାନ ପଣ୍ଡା, ବାଇଧର ମାଝୀ, ହେମନ୍ତ କୁମାର ନାୟକ, ମହେଶ୍ୱର ନାୟକ, ଆଶିଷ କୁମାର ମଲ୍ଲିକ, ଭରତ ଓଝା, ପରେସ ଦାସ, ସନ୍ତୋଷ ସ୍ୱାଇଁ, ଏମଡି ସାବର, ବିଶ୍ୱକଳ୍ପ ସାମନ୍ତରାୟ ସହଯୋଗ କରିଥିବାବେଳେ ଶେଷରେ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close