କେତେ ସଠିକ୍ ଓ ସୈାଜନ୍ୟ ଯାଜପୁରର ପୂର୍ତ ବିଭାଗ !

କଳିଙ୍ଗନଗର, ୨୭/୧୧(ପ୍ରଦୀପ କୁମାର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲାର ରାସ୍ତାଘାଟର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ବହୁ ରାସ୍ତା ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେଉନ ଥିବା, ରାସ୍ତା ଆବଶ୍ୟକତା ମୁତାବକ ହେଉନ ଥିବା, ରାସ୍ତା ବହୁ ଜାଗାରେ ନିମ୍ନମାନର ହେଉଥିବା ବେଳେ ପଥଚାରୀଙ୍କ ଅବଗତି ଓ ସୈାଜନ୍ୟତା ପାଇଁ ରାସ୍ତା କଡ଼ରେ ଲଗାଯାଇଥିବା ବୋର୍ଡକୁ କିପରି ଅପଭ୍ରଂଶ କରି ଲେଖାଯାଇଛି ତାହାକୁ ଦେଖିଲେ ଜଣେ ସଚେତନ ଓ ସ୍ୱାଭିମାନୀ ନାଗରିକର ମନରେ କ୍ଷୋଭ ଆସିବା ଅବସମ୍ଭାବୀ । ସୂଚନାଯୋଗ୍ୟ, କଳିଙ୍ଗନଗର ଶିଳ୍ପାଂଚଳ ଅର୍ନ୍ତଗତ ଦାନଗଦି ହାଟ ନିକଟରୁ ଏକ ରାସ୍ତା ବାହାରି ଚିତ୍ରୀ-ଗୋବର୍ଦ୍ଧନପୁର ଠାରେ ମିଶିଛି । ପୂର୍ତବିଭାଗ ଦ୍ୱାରା ୩-୪ ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ୨୨ କି.ମି । ପ୍ରାୟ ବର୍ଷକ ତଳେ ବିଭାଗ ପକ୍ଷରୁ ପଥଚାରୀଙ୍କୁ ସୂଚନା ଦେବା ନିମନ୍ତେ ରାସ୍ତା ପାଶ୍ୱର୍ରେ ଥିବା ଗ୍ରାମଗୁଡିକର ନାମ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖାଯାଇଛି । ଦାନଗଦି ବ୍ଲକରେ ଥିବା ୨୫ଟି ଗ୍ରାମ ପଂଚାୟତ ମଧ୍ୟରୁ ଓଲ୍ଲଳ ଏକ ପଂଚାୟତ । ଏହା ୦୯ନଂ. ଜିଲ୍ଲା ପରିଷଦ ଯୋନରେ ଅର୍ନ୍ତଗତ । ମାତ୍ର ଓଲ୍ଲଳକୁ ପଶୁ ପଶୁ ଆରମ୍ଭରେ ଏକ ବୋର୍ଡ ଲଗାଯାଇଛି ଓ ଯେଉଁଥିରେ କି ଓଡ଼ିଆରେ ଠିକ୍ ରୂପେ ‘ଓଲ୍ଲଳ’ ଲେଖା ଥିବା ବେଳେ ଇଂରାଜୀରେ ଅପଭ୍ରଂଶ କରି ଓଲାକା…. (OLAKA) ଲେଖାଯାଇଛି । କଳିଙ୍ଗନଗରରେ ଅଣ-ଓଡ଼ିଆଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ଏପରି ଭୁଲ ବନାନ ଯୋଗୁ କେତେକ ଅପଭ୍ରଂଶ କରି ବା ଟାହିଟାପରା କରି ପଢ଼ୁଛନ୍ତି । ଯାହାକି ଗ୍ରାମ ତଥା ପଂଚାୟତର ସମ୍ମାନ ହାନି କରାଉଛି । ଏ ଭୁଲ ଦୀର୍ଘ ଦିନ ଧରି ହୋଇଥିଲେ ହେଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ କାହିଁକି ଏହାର ଠିକ୍ କରୁ ନାହାନ୍ତି । ଏପରି ଆହୁରି ଭୁଲ ରହିଛି ବୋଲି ଜନୈକ ସମାଜସେବୀ କହିଛନ୍ତି । ଖାଲି ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଠିକାଦାରଙ୍କ ଠାରୁ ପି.ସି ଖାଇବାକୁ ପ୍ରାଧାନ୍ୟ ଦେଉଥିବା ବେଳେ ସମୂହ ସ୍ୱାର୍ଥ ଓ ସୈାଜନ୍ୟତାକୁ ପଛରେ ପକାଉଛନ୍ତି ବୋଲି କେତେକ ଅଭିଯୋଗ କରିଛନ୍ତି । ରାସ୍ତା ପରିଦର୍ଶନରେ ଆସୁଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ନେତାମାନଙ୍କ ନଜରରେ ଏହି ବିଷୟ ବୋଧହୁଏ ଆସୁନି କିମ୍ବା ଛୋଟିଆ ବୋଲି ସାବ୍ୟସ୍ତ ହୋଇଥାଇପାରେ! ନୂତନ ଜିଲ୍ଲାପାଳ ମହୋଦୟ ଏହା ଉପରେ ଧ୍ୟାନ ଦେବାକୁ ବହୁ ସ୍ଥାନୀୟ ଅଧିବାସୀ ଓ ସମାଜସେବୀ ଦାବୀ ଉଠାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close