ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ ; ୨୭/୧୧: ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ନୀତିକାନ୍ତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଦାରୁବ୍ରହ୍ମ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି। ଏହି ନାଗାର୍ଜୁନ ବେଶକୁ ମଧ୍ୟ ପର୍ଶୁରାମ ବେଶ  ବୋଲି କୁହାଯାଏ। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ଓ ସେ ବର୍ଷ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶ ୧୬/୧୧/୧୯୯୪ରେ ହୋଇଥିଲା ଏବେ ଦୀର୍ଘ ୨୬ବର୍ଷ ପରେ ୨୭/୧୧/୨୦୨୦ ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ଵାଦଶୀ ତିଥିରେ ଦେଖିବାକୁ ମିଳିଛି।କରୋନା ମହାମାରୀ ଯୋଗୁଁ ଏହି ଦର୍ଶନରୁ ଭକ୍ତ ମାନେ ବଞ୍ଚିତ ଅଛନ୍ତି। ଏହି ବେଶ ଏକ ଦୁର୍ଲ୍ଲଭ ବେଶ ଏହାକୁ ଦେଖିବା ପାଇଁ ବର୍ଷ ବର୍ଷ ଧରି ଭକ୍ତ ମାନେ ଅପେକ୍ଷା କରିଥାନ୍ତି କିନ୍ତୁ କୋଭିଡ ମହାମାରୀ ସବୁକିଛି ଫିକା କରିଦେଇଛି। ଗତକାଲି ଠାରୁ ଶ୍ରୀମନ୍ଦିରରେ ୧୪୪ଧାରା ଲାଗୁ କରାଯାଇଛି। ଭକ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାସହ ପ୍ରଶାସନ ତରଫରୁ ଏହି ଅଞ୍ଚଳରେ ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା। ଶ୍ରୀମନ୍ଦିର ଚାରିପାଖରେ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା। ଶ୍ରୀଜୀଉଙ୍କ ଚଳିତବର୍ଷର ସ୍ନାନଯାତ୍ରା, ଚନ୍ଦନଯାତ୍ରା,ରଥ ଓ ବହୁଡାଯାତ୍ରା,ସୁନାବେଶ ଏବଂ ନାଗାର୍ଜୁନ ବେଶ  ବିନା ଭକ୍ତରେ କରାଯିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା।ଏହି ନାଗାର୍ଜୁନ ବେଶ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଭାବତାରଣ ସାହୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସମସ୍ତ  ସୂଚନା ପ୍ରଦାନ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close