ଯୋଡ଼ା-ବଡ଼ବିଲ , ପାଣିକୋଇଲି-ଆନନ୍ଦପୁର-କେନ୍ଦୁଝର କୁ ସଂଯୋଗ ଥିବା ଜାତୀୟ ରାଜପଥ ବିପଦ ସଂକୁଳ ଅବସ୍ଥାରେ

କେନ୍ଦୁଝର: ୨୬/୧୧ : (ସତ୍ୟଜିତ ଏବଂ ଜ୍ୟୋତି ରଞ୍ଜନଙ୍କ ଠାରୁ) ସ୍ୱାଧୀନତାର ୭୩ ବର୍ଷ ପରେ ବି ଆମେ କେତେ ପଛରେ ତାହାର  ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳୁଛି। ସବୁ ଥାଇବି ଦେଶ ଆଗେଇ ପାରୁନାହିଁ, ଟଙ୍କାର ଠିକ ଉପଯୋଗ ହୋଇପାରୁନି।  ଅନ୍ୟ ରାଜ୍ୟ ତୁଳନାରେ ଆମ ଓଡିଶାରେ ଥିବା ବ୍ୟବସ୍ଥା କୁ ଦେଖିଲେ ସବୁକିଛିର ପ୍ରମାଣ ସ୍ପଷ୍ଟ ପରିଲକ୍ଷିତ । ସ୍ୱାସ୍ଥ୍ୟ, ଗମନା ଗମନ ରାସ୍ତା ରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ। ଯୋଡ଼ା-ବଡ଼ବିଲ ରାସ୍ତା, ପାଣିକୋଇଲି ରୁ ବଡ଼ବିଲ କୁ ସଂଯୋଗ କରୁଥିବା ଜାତୀୟ ରାଜପଥର ରାସ୍ତା କହିଲେ ନ ସରେ। ରାସ୍ତାରେ ବୋଝେଇ ଟ୍ରକଙ୍କ ବେପରୁଆ ଭାବରେ ପାର୍କିଂ ଓ ଗାଡି ଚାଳନା ଜନ ସାଧାରଣଙ୍କ ନିଦ ହଜାଇ ଦେଇଛି। ଜଣେ ସାଧାରଣ ବାଇକ ଚଳକକୁ ୧୦୦କିମି ଅତିକ୍ରମ କରିବାକୁ ଦୁଇ ଗୁଣା ସମୟ ଲାଗୁଛି। ଯାଜପୁର ରୋଡ଼ ରୁ ଆନନ୍ଦପୁର କୁ ସଂଯୋଗ ରାସ୍ତାରେ ବେଲବାହାଳି ପୋଲ ଦୀର୍ଘ ଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି।ନୂତନ ପୋଲର କାର୍ଯ୍ୟ ଅର୍ଧ ନିର୍ମାଣ ଅବସ୍ଥାରେ ରହିଛି, ଖାସକରି ଏହି ପୋଲଠାରୁ ପ୍ରାୟ ୩ରୁ୪କିମି ପର୍ଯ୍ୟନ୍ତ ମାଲବାହୀ ଟ୍ରକ, ଅନ୍ୟ ଗାଡିର ଲମ୍ବା ଲାଇନ ଲାଗିରହୁଛି। ଆନନ୍ଦପୁର ରୁ କେନ୍ଦୁଝରକୁ ସଂଯୋଗ ପଥ ବି ଏହି ଅବସ୍ଥାରେ। କହିବାକୁଗଲେ ଯେଉଁ ଜିଲ୍ଲାରୁ ସରକାରଙ୍କ ପାଣ୍ଠିକୁ ଅଧିକ ଅର୍ଥ ଯାଉଛି ସେ ଜିଲ୍ଲା ସବୁ କ୍ଷେତ୍ରରେ ପଛୁଆ ରହୁଛି ,ଏହାର ସମାଧାନ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାଜପଥରେ  ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗୁଛି। ସରକାରଙ୍କ ଅଧା ଅର୍ଥ ଏହି ଖଣି ଅଞ୍ଚଳରୁ ଆସୁଥିବା ସ୍ଥଳେ କାହିଁକି ଏହି ଅଞ୍ଚଳ ପ୍ରତି ଏଠିକାର ରାସ୍ତା ପ୍ରତି ଏତେ ଅବହେଳା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close