ଉଦୟବଟ ତରଫରୁ ଅଶୋକ ଦାସ ସ୍ମାରକୀ ରାଜ୍ୟସ୍ତରୀୟ ଜୁନିୟର ଅନଲାଇନ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର ; ୨୫/୧୧: ସମ୍ବାଦ ଭିତ୍ତିକ ପତ୍ରିକା ଉଦୟବଟ ଏବଂ ଡିଜିଟାଲ ଚ୍ୟାନେଲ ଉଦୟବଟ ଇ-ନ୍ୟୁଜ ତରଫରୁ ଆଜି ଜୁନିୟର ଅନଲାଇନ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନର ପ୍ରଥମ ରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।ଭାଗ ନେଇଥିବା ସ୍କୁଲ ମଧ୍ୟରୁ ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟ, ଜାଭିୟର ହାଇସ୍କୁଲ, ସେଣ୍ଟମେରି,ଏନ ସି ହାଇସ୍କୁଲ, କିଡ୍ଡୀ କିଡ୍ସ,ଶିଶୁମନ୍ଦିର,ମାଉଣ୍ଟ ଲିଟେରା ଜି ସ୍କୁଲ,ପାଣିକୋଇଲି ନବୋଦୟ, ଶିଶୁ ମନ୍ଦିର,ଭଦ୍ରକର କାର୍ମେଲ ସ୍କୁଲ, ସନ ସାଇନ ସ୍କୁଲ, କେନ୍ଦ୍ରାପଡା ଜେନିଥ ଇଣ୍ଟର ନେସନାଲ ଓ ଜାଭିୟର,କଟକ ଜାଭିୟର, ଭୁବନେଶ୍ୱର କେଦାରଗୌରୀ ଜାଭିୟର, ଆଦି ଅନେକ ସ୍କୁଲ ସାମିଲ ହୋଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ରହିଛନ୍ତି ବ୍ୟାସନଗର ଜାଭିୟର ହାଇସ୍କୁଲର ଛାତ୍ରୀ ଦେବଶ୍ରୀତା ମଣ୍ଡଳ, ଦ୍ୱିତୀୟ ସ୍ଥାନରେ ଭଦ୍ରକ ଇଚ୍ଛାପୁର କାର୍ମେଲ ସ୍କୁଲର ଲଳିତାଦିତ୍ୟ ନାଥ ଏବଂ ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ରହିଛନ୍ତି ଭଦ୍ରକ କାର୍ମେଲର ଓମ ଜଗଜ୍ୟୋତି ନାଥ , ଭଦ୍ରକ ସନ ସାଇନ ସ୍କୁଲର ଆଦ୍ୟାଶା ବିଶ୍ୱାଳ,ବ୍ୟାସନଗର ସେଣ୍ଟ ମେରୀ ସ୍କୁଲର ସିମରନ ପଟ୍ଟନାୟକ, ଜାଭିୟର ସ୍କୁଲ ଯାଜପୁର ରୋଡ଼ ପ୍ରତୀକ୍ଷା ସାମଲ ।ଏହି ପ୍ରତିଯୋଗିତାରେ ଆଉ ୫୮ ଜଣଙ୍କୁ ମଧ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଏହାସହିତ ପ୍ରତିଯୋଗିତାରେ ପ୍ରଥମ , ଦ୍ୱିତୀୟ, ତୃତୀୟ ସ୍ଥାନରେ ଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close