କୋରେଇ ପୁର୍ବକୋଟ ତେଲେଙ୍ଗା ସାହିରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡର ଅତର୍କିତ ଚଢ଼ଉ

କୋରେଇ, ୨୧/୧୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ନଗତ ପୂର୍ବକୋଟ ତେଲେଙ୍ଗା ସାହିର ମାଇକେଲ ଅଞ୍ଜିଲିଲୁଙ୍କ ଘରେ ଯାଜପୁର ଏସ.ପି ଚରଣ ସିଂହ ମୀନାଙ୍କ ନିର୍ଦ୍ଦେଶ କ୍ରମେ କୋରେଇ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ ଅତର୍କିତ ଚଢ଼ଉ କରି ସେଠାରୁ ବିପୁଳ ପରିମାଣର ଚୋରୀ ସୁନା ରୂପା ଅଳଙ୍କାର, ନଗଦ ଟଙ୍କା, ମାରଣାସ୍ତ୍ର ଆଦି ଜବତ କରିବା ସହ ୦୩ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି । ଗିରଫଙ୍କ ମଧ୍ୟରେ ୨ଜଣ ହେଲେ ତେଲେଙ୍ଗା ସାହିର ଆଉଲା ଦାନବୀର ରାଓ ଓ କାଳୀ ତାୱାଡି । ଅନ୍ୟ ଜଣେ ହେଲା-ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଂଚଳର ଆବୁଲା ଦୁର୍ଗା ପ୍ରସାଦ । ଏମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲଶଣ କରାଯାଇଛି । ଏମାନଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଥାନାରେ ମାମଲା ଥିବାରୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯାଜପୁରରୋଡ ଏସ.ଡି.ପି.ଓ ଚିନ୍ମୟ କୁମାର ନାୟକ ଏ ସର୍ମ୍ପକରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close