ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ସତ୍ୟବ୍ରତଙ୍କ ଯାତ୍ରା ୫୦୦ ଦିନ ପାର କଲା

ବେଗୁନିଆ, ୨୧/୧୧: ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବୀରେ ଜଗତ୍‌ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ଯୁବ ସମାଜସେବୀ ସତ୍ୟବ୍ରତ ଦାସ ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଅଂଚଳକୁ ପଦ ଯାତ୍ରା କରିବା ସହ ବି.ଡି.ଓଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କର ଦାବୀ ଜଣାଉଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କର ଦାବୀକୁ ସମର୍ଥନ ଦିଆଯିବା ସହ ତାଙ୍କୁ ଉତ୍ସାହିତ ମଧ୍ୟ କରାଯାଉଛି । ସେ ଗତ କାଲି ଆସି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକରେ ପହଂଚିବା କ୍ଷଣି ତାଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହ ସେ ଘର ଛାଡି ଓଡ଼ିଶାର ସମୂହ ସ୍ୱାର୍ଥ ପାଇଁ ତାଙ୍କର ୫୦୦ ଦିନର ଯାତ୍ରାକୁ ପୂରଣ କରି ଏକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ସତ୍ୟବ୍ରତଙ୍କୁ ବାଟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ତରଫରୁ ବିଶେଷ ସହଯୋଗ ଓ ସମର୍ଥନ ମିଳୁଥିବାରୁ ସେ ବେଶ ଉତ୍ସାହିତ ଥିବାର ଜଣାପଡୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close