କୁଆଖିଆ ହାଇ-ଟେକ +୨ ବିଜ୍ଞାନ କଲେଜରେ ଆସନ୍ତା କାଲି ହୃଦ୍‌ରୋଗ, ସ୍ନାୟୁ, ଅସ୍ଥିଶଲ୍ୟ ସମ୍ବନ୍ଧୀୟ ମାଗଣା ପରାମର୍ଶ ଶିବିର

ଋସୁଲପୁର, ୨୧/୧୧ (ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର କୁଆଖିଆ ଛକ ନିକଟରେ ଥିବା ହାଇ-ଟେକ +୨ ବିଜ୍ଞାନ କଲେଜରେ ଆସନ୍ତା କାଲି (ତା ୨୨/୧୧/୨୦୨୦ ରିଖ ରବିବାର) ସକାଳ ୯ଟାରୁ ଦିବା ୦୨ଘଟିକା ପର୍ଯ୍ୟନ୍ତ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ ବୋଲି କଲେଜର ପ୍ରଶାସନିକ ଅଧିକାରୀ ଚନ୍ଦ୍ରଶେଖର ନାୟକ ଜଣାଇଛନ୍ତି । ଏହି ଶିବିରରେ ମାଗଣାରେ ହୃଦ୍‌ରୋଗ, ସ୍ନାୟୁ, ଅସ୍ଥିଶଲ୍ୟ ବିଭାଗର ଚିକିତ୍ସକମାନେ ଉପସ୍ଥିତ ରହି ରୋଗୀମାନଙ୍କର ପରୀକ୍ଷା କରି ପରାମର୍ଶ ଦେବେ । ଏହି ଶିବିରଟି ଭୁବନେଶ୍ୱର ହାଇ-ଟେକ୍ ହସପିଟାଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close