ଆଜି ପବିତ୍ର ଛଟ ପୂଜାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା ; ୨୦/୧୧ : ବିହାରରେ ଏଥର ଛଟ ପୂଜାର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। କରୋନା ସଙ୍କଟ ମଧ୍ୟରେ ବି ଲୋକେ ନିରାଡ଼ମ୍ବର ଭାବରେ ଭକ୍ତି ଭାବ ସହ ଏହି ନିଆରା ପର୍ବକୁ ପାଳନ କରିଛନ୍ତି। ବିହାରର ଘରେ ଘରେ ପାଳନ କରାଯାଉଥିବା ଏହି ପର୍ବ ଦେଶର ଅନ୍ୟ ରାଜ୍ୟରେ ରହୁଥିବା ବିହାରବାସୀ ଏହି ପର୍ବକୁ କୋଭିଡ କଟକଣା ଭିତରେ ପାଳନ କରିଛନ୍ତି। କେତେକ ଲୋକେ ଏହାକୁ ନିଜ ଘରେ ପାଳିଛନ୍ତି ଏହା ସତ୍ୱେ ଅନେକ କ୍ଷେତ୍ରରେ କେତେକ ବ୍ରତଧାରୀ ଜଳାଶୟ ନିକଟରେ ପହଞ୍ଚି ଅସ୍ତଗାମୀ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ନିଜର ମାନସିକ ପୁର୍ଣ ପାଇଁ ଭକ୍ତି ପୁର୍ଣ ପ୍ରାର୍ଥନା କରିଛନ୍ତି। ପାଟନାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ପୂଜାର ସୁବ୍ୟବସ୍ଥା ଉପରେ ନଜର ରଖାଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଘରେ ଛଟ ପୂଜା କରିବାସହ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବାର ଦେଖିବାକୁ ମିଳିଛି।ଏହି ପର୍ବ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close