ଯାଜପୁର ଜିଲ୍ଲା ଉଦୟଗିରି ମଝିପଡ଼ା ଅଞ୍ଚଳର ରାସ୍ତା ଅଧନିର୍ମାଣରେ ପଡ଼ିରହିଛି

ଯାଜପୁର; ୨୦/୧୧: ( ବସନ୍ତ କୁମାର ପାତ୍ରଙ୍କ ଠାରୁ) ଯାଜପୁର ଜିଲ୍ଲାର ଉଦୟଗିରି ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ ଥିବା ସ୍ଥଳେ ଏହି ଅଞ୍ଚଳର ରାସ୍ତା ର ଦୃଶ୍ୟ କହିଲେ ନ ସରେ। ଉଦୟଗିରିରେ ମଝିପଡ଼ା ଅଞ୍ଚଳର ରାସ୍ତା ଏବେ ଅଧନିର୍ମାଣରେ ପଡ଼ିରହିଛି। ଏହି କାର୍ଯ୍ୟକୁ ଠିକାଦାର କିଛି ବର୍ଷ ପୂର୍ବେ ରାସ୍ତା କୁ ତାଢ଼ି ଅଧନିର୍ମାଣରେ ଛାଡି ଚାଲିଯାଇଥିବାର ସୂଚନା ମିଳିଛି। ମନଇଚ୍ଛା ଏଠାକାର କାର୍ଯ୍ୟ କରୁଛି ବୋଲି ସ୍ଥାନୀୟ ଗ୍ରାମବାସୀ ମତପ୍ରକାଶ କରିଥିବା ସ୍ଥଳେ ଏହି କାର୍ଯ୍ୟକୁ ନେଇ ନିନ୍ଦା କରିଛନ୍ତି। ଏଠାରେ ଥିବା ଉଦୟଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ଲୋକେ ବହୁ ଅସୁବିଧାରେ ସମୁଖୀନ ହେଉଛନ୍ତି। ବିଦ୍ୟାଳୟକୁ ପିଲାମାନେ ଯାଉଥିବା ସମୟରେ ବହୁ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଜନସାଧାରଣ ନିବେଦନ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close