ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ‘ବିଶ୍ୱ ଶୈାଚାଳୟ ଦିବସ’ ଓ ‘ଜାତୀୟ ସଂହତି ଦିବସ’ ପାଳିତ

ବ୍ୟାସନଗର, ୧୯/୧୧: ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ସ୍ଥାନୀୟ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ସଭାପତି ଉପେନ୍ଦ୍ରନାଥ ବେଉରିଆଙ୍କ ଅଧ୍ୟକ୍ଷତାରେ ‘ବିଶ୍ୱ ଶୈାଚାଳୟ ଦିବସ’‘ଜାତୀୟ ସଂହତି ଦିବସ’ ପାଳିତ ହୋଇଯାଇଛି । ମଂଚର ସଂପାଦକ ଚନ୍ଦ୍ରମଣି ସାମଲ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ସରକାର ଶୈାଚାଳୟ ନିର୍ମାଣ ପାଇଁ ସହାୟତା ରାଶିକୁ ବଢ଼ାଇ ୫୦ ହଜାର ଟଙ୍କା କରିବାକୁ ଦାବୀ କରିଥିଲେ । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଆଲୋଚନା କରି କହିଥିଲେ ଯେ ବିଶ୍ୱର ସମୁଦାୟ ୭୮୦ କୋଟି ଜନ ସଂଖ୍ୟା ମଧ୍ୟରୁ ୪୨୦ କୋଟି ଲୋକଙ୍କୁ ସଚେତନ କରାଇବାର ଲକ୍ଷ୍ୟ ରଖି ମିଳିତ ଜାତିସଂଘ ଯୋଜନାରେ ବିଶ୍ୱ ଶୈାଚାଳୟ ଦିବସ ପାଳିତ ହୋଇ ଆସୁଥିବା ବେଳେ ବର୍ତମାନର କରୋନା ପରିସ୍ଥିତିରେ ଉପଯୁକ୍ତ ଭାବେ ଶୈାଚ ହେବାର ଅଧିକ ଆବଶ୍ୟକତା ଦେଖାଦେଇଛି । ଭାରତର ୧ମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ତିଥି ଜାତୀୟ ସଂହତି ଦିବସ ରୂପେ ପାଳିତ ହେଉଛି । ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପୈାରାଂଚଳରେ ଏଭଳି ବହୁ ସାମାଜିକ ଓ ସଚେତନଧର୍ମୀ କାର୍ଯ୍ୟକ୍ରମ ଜାରୀ ରଖିଥିବାରୁ ସେ ତା’ର ଉଚ୍ଚ ପ୍ରଂଶସା କରିଥିଲେ । ଏଥିରେ ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ମଂଚର ବରିଷ୍ଠ ସଭ୍ୟ ଲମ୍ବୋଦର ମଲ୍ଲିକ, ଉପେନ୍ଦ୍ରନାଥ ମହାନ୍ତି, ସୁମନ ରାୟ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଶେଷରେ ସନାତନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close