![Featured Video Play Icon](https://udayabataenews.com/8u7y/featured-video-plus/img/playicon.png)
ଭଦ୍ରକ ଜିଲ୍ଲା ଗେଲପୁର ପଞ୍ଚାୟତ ସାମରାଇପୁର ଆଦିବାସୀ କଲୋନୀରେ ଭୟାବହ ଅଗ୍ନିକାଣ୍ଡ
ଭଦ୍ରକ ; ୧୯/୧୧: (ଶିଵ ଶଙ୍କର ପଣ୍ଡାଙ୍କ ଠାରୁ) ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ଗେଲପୁର ପଞ୍ଚାୟତ ଅନ୍ତର୍ଗତ ସାମରାଇପୁର ଆଦିବାସୀ କଲୋନୀରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେତେକ ଘର ସହ ବହୁ ଆସ ବାସ ଜିନିଷ ପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତିନୋଟି ପରିବାରର ୧୨ ଜଣ ଲୋକ ତିନି ବଖରାରେ ରହୁଥିବା ଘର ଗୁଡିକ ସମ୍ପୂର୍ଣ୍ଣ ଜଳିଯିବା ସହ ସେମାନଙ୍କର ବହୁ ସରକାରୀ କାଗଜପତ୍ର, ଟଙ୍କା ପଇସା ଆଦି ସମସ୍ତ ଘର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଥିବାର ସୂଚନା ମିଳିଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ସେତେବେଳକୁ ନିଆଁର ଭୟାନକ ରୂପ ସବୁ ଜାଳି ପାଉଁଶ କରିଦେଇଥିଲା। ଏହି ଘଟଣା ସମସ୍ତ ଗ୍ରାମବାସୀଙ୍କୁ ଚକିତ କରିଥିଲା। ଉଦୟବଟର ଭଦ୍ରକ ଜିଲ୍ଲା ପ୍ରତିନିଧି ପ୍ରଥମେ ନିଆଁକୁ ଆୟତ୍ତ କରିବା ପାଇଁ ସହାୟତା କରିବାପରେ ଯାଇ ଲୋକଙ୍କ ପ୍ରତିକ୍ରିୟା କୁ ରେକର୍ଡ କରିଥିଲେ।
Live Share Market