ଧର୍ମଶାଳାର ଲୁଣିବେର ପାହାଡ ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଯାଜପୁର,୧୯/୧୧: ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପଥର ପାହାଡ ଗୁଡିକରୁ କ୍ରମାଗତ ଭାବେ କୋଟି କୋଟି ଟଙ୍କା ହରିଲୁଟ ଯୋଗୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବା ସହ ଏଥିନେଇ ନିୟମିତ ଦୃଷ୍ଟାନ୍ତମୂଳକ ଘଟଣାମାନ ଘଟି ଚାଲିଛି । ଗତ କାଲି (ବୁଧବାର) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବେର (ଗଙ୍ଗେଇ ଡୁବୁରୀ ) ପାହାଡରେ ବେଆଇନ ଖନନ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇଥିଲା । ମାତ୍ର ଏହି ତଦନ୍ତର ସ୍ୱଚ୍ଛତାକୁ ନେଇ ବି.ଜେ.ଡି ନେତା ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚର ସଭାପତି ସତୀଶ ବିଶ୍ୱାଳ ପ୍ରଶ୍ନ ଉଠାଇବା ସହ ଏଥିନେଇ ଯାଜପୁର ଜିଲ୍ଲାପାଳଙ୍କୁ ପତ୍ର ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଶ୍ରୀ ବିଶ୍ୱାଳ ତାଙ୍କ ପତ୍ରରେ ଅଭିଯୋଗ କରିଛନ୍ତି ଯେ, ଯାଜପୁର ଉପ-ଜିଲ୍ଲାପାଳଙ୍କ ତତ୍ୱାବଧାନରେ ହୋଇଥିବା ଏହି ତଦନ୍ତରେ ଜନସ୍ୱାର୍ଥ କିମ୍ବା ସରକାରଙ୍କ ସ୍ୱାର୍ଥରକ୍ଷା ଆଦୌ ସମ୍ବବ ନୁହେଁ । ଯେଉଁଠି ପାହାଡକୁ ନଦୀ ପରି ଗଭୀର କରାଯାଇ ଖୋଳାଯାଇ କୋଟି କୋଟି ଟଙ୍କାର କଳାପଥରକୁ ବେଆଇନ ଭାବେ ଲୁଟ କରାଯାଇଛି, ସେଠାକୁ ତଦନ୍ତକାରୀ ଦଳ ଯାଇ ନାହାନ୍ତି । ସଂପୃକ୍ତ ପଥର ବ୍ୟବସାୟୀମାନଙ୍କ ଇଙ୍ଗିତରେ ଏହି ତଦନ୍ତ ଚାଲିଥିଲା ବୋଲି ସେ ସିଧାସଳଖ ଆରୋପ କରିଛନ୍ତି । ସେମାନେ ତଦନ୍ତକାରୀ ଦଳକୁ ବାଟ ଦେଖାଇ ତାଙ୍କ ଇଛା ଅନୁସାରେ ତଦନ୍ତ କରାଉଥିଲେ । ଯେଉଁ ଅଭିଯୋଗ ଉପରେ ଏହି ତଦନ୍ତ ହେଉଥିଲା, ସେହି ଅଭିଯୋଗକାରୀମାନଙ୍କୁ ତଦନ୍ତ ନେଇ ସୂଚନା ଦିଆଯିବାର ବିଧି ରହିଛି । ହେଲେ ଅଭିଯୋଗକାରୀଙ୍କୁ ସୂଚନା ନ ଦେଇ ଆଶ୍ଚର୍ଯ୍ୟଜନକ ଭାବେ କୋଟି କୋଟି ଟଙ୍କାର ପଥର ଲୁଟ କରିନେଇ ଥିବା ବ୍ୟକ୍ତିଙ୍କୁ ତଦନ୍ତ ନେଇ ଆଗୁଆ ଖବର ଦିଆଗଲା! ଯେଉଁଥିପାଇଁ ତଦନ୍ତକୁ ଏକପ୍ରକାରର ପାହାଡ ଲୁଟେରାମାନେ ପରିଚାଳିତ କରୁଥିଲେ ବୋଲି ଧାରଣା ସୃଷ୍ଟି ହୋଇଛି । ଏପରିକି ଅଭିଯୋଗକାରୀ ତଦନ୍ତ ନେଇ କିଛି ଜାଣି ନ ଥିଲେ କି ତଦନ୍ତ ବେଳେ ଉପସ୍ଥିତ ନ ଥିଲେ । ତେଣୁ ତଦନ୍ତ ବାଟବଣା ହୋଇଛି ବୋଲି କଥା ହାଟରେ ପଡି ଦାଣ୍ଡରେ ଗଡୁଛି! ଆଗୁଆ ସୂଚନା ପାଇଥିବା କାରଣରୁ ବହୁ ଲୁଟେରା ପାହାଡରୁ ପଥର ଲୁଟ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଗାଡି ଓ ମେସିନଗୁଡିକୁ ସକାଳୁ ସକାଳୁ କାଢି ନେଇ ଥିଲେ । ଯୁବ ସମାଜସେବୀ ଓ ବିଜେଡି ନେତା ସତୀଶ ଅଭିଯୋଗ କରିଚନ୍ତି ଯେ, ଏଥିନେଇ ତାଙ୍କର ତଥ୍ୟ ଭିତିକ ଅଭିଯୋଗ ଉପରେ ପୂର୍ବରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟକୁ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ଦୀର୍ଘଦିନ ହେବ ଚାପି ଦେଇଛନ୍ତି । ଏଥିନେଇ ପ୍ରଶାସନ ପଦକ୍ଷେପ ନେବାରେ ବିଳମ୍ବ କାରଣରୁ ସରକାର ବହୁକୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଏହା ଉପରେ ପ୍ରଥମେ ବିଧିବଦ୍ଧ ତଦନ୍ତ କରାଯିବା ସହ ଏହି ଦୁର୍ନିତିର ମୁଳ ସୁତ୍ରଧର ସାଜିଥିବା ପ୍ରଶାସକମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ।
ଶ୍ରୀ ବିଶ୍ୱାଳ ଉଲ୍ଲେଖ କରିଛନ୍ତି କି, ରାଜ୍ୟର ଜନପିୟ, ବିଶ୍ୱାସଯୋଗ୍ୟ ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ଉପରେ ଜିଲ୍ଲାବାସୀଙ୍କ ଦୃଢ ଆସ୍ଥା ଓ ବିଶ୍ୱାସ ରହିଛି । ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଠିକଣା କାର୍ଯ୍ୟାନୁଷ୍ଠାନ ନେବା ଉପରେ ସରକାର ମଧ୍ୟ ଅତ୍ୟନ୍ତ ଯତ୍ନବାନ ଅଛନ୍ତି । ହେଲେ କେଉଁଠି ନା କେଉଁଠି ଗଳା ବାଟ ତିଆରି କରାଯାଇ ମାଫିଆମାନଙ୍କୁ ଖସାଇ ଦିଆଯାଉଥିବାରୁ ସରକାର କୋଟି କୋଟି ରାଜସ୍ୱ ହରାଉଥିବା ବେଳେ ଏହି ତଥାକଥିତ ମହାଦୁର୍ନୀତି ଉପରେ ଜନସ୍ରୋତରେ ଅସନ୍ତୋଷ ବଢ଼ୁଛି ! ଏଭଳି ଦୁର୍ନିତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ, ସରକାରଙ୍କ ଲକ୍ଷ ପୂରଣ ହୋଇପାରିବ ନାହିଁ । ଲୁଣିବେର (ଗଙ୍ଗେଇ ଡୁବୁରୀ) ପରି ଗୋଟିଏ ଗୋଟିଏ ପାହାଡରୁ ହୋଇଥିବା ବେଆଇନ ଭାବେ ଅଧିକ ପଥର ଖୋଳା ନେଇ ସରକାର ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସେଠାରୁ ଯେଉଁ ରାଜସ୍ୱ ମିଳିବ ସେଥିରେ ରାଜ୍ୟର ବଜେଟ ଗୋଟିଏ ବର୍ଷ ଚଳିଯିବ ବୋଲି ଶ୍ରୀ ବିଶ୍ୱାଳ ଆଶା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ, ଏହି ତଦନ୍ତ ଯାଜପୁର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ତତ୍ୱବଧାନରେ ହୋଇଥିବା ବେଳେ ଏଥିରେ ଧର୍ମଶାଳା ତହସିଲଦାର, କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସହ କେତେକ ବିଭାଗୀୟ ଅଧିକାରୀମାନେ ସାମିଲ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close