କୁଆଖିଆ ବଜାରରେ ନାହିଁ ଶୈାଚାଳୟ ବ୍ୟବସ୍ଥା, ଲୋକେ ହୀନସ୍ତା; ନେତା ଓ ପ୍ରଶାସନର ନାହିଁ ଏଥିପ୍ରତି ଚିନ୍ତା

ଋସୁଲପୁର, ୧୮/୧୧ (ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର କୁଆଖିଆ ବଜାର ଉପକୂଳ ଓଡ଼ିଶାର ଏକ ବେଶ ପରିଚିତ ଅଂଚଳ । ପୂର୍ବରୁ କୁଆଖିଆ ଅଂଚଳ ଏକ କୃଷିଭିତିକ ବିଶେଷକରି ପରିବା ଉତ୍ପାଦନକାରୀ ଅଂଚଳ ଭାବେ ପରିଚିତ ଥିବା ବେଳେ ଏବେ ଏହି ଅଂଚଳ ଅନ୍ୟାନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି । କୁଆଖିଆ ଯାଜପୁର ଜିଲ୍ଲାର ୦୩ଟି ନିର୍ବାଚନ ମଣ୍ଡଳୀ ଯଥା-କୋରେଇ, ଧର୍ମଶାଳା ଓ ବରୀ ନିର୍ବାଚନ ମଣ୍ଡଳୀର ହୋଇଥିବା ବେଳେ ଜିଲ୍ଲା ସଦର ମହକୁମା ଯାଜପୁରକୁ ଯିବାପାଇଁ ଏହା ଏବେ ପ୍ରବେଶ ଦ୍ୱାର ହୋଇଛି । କୁଆଖିଆରେ ଏବେ ବିଭିନ୍ନ ଅନୁଷ୍ଠାନ ଗଢ଼ି ଉଠିବା ସହ ବଜାରର ଚାହିଦା ମଧ୍ୟ ଆଶାତୀତ ଭାବେ ବଢ଼ିଛି । ହେଲେ ସର୍ବସାଧାରଣଙ୍କ ପାଇଁ ଏଠାରେ ଶୈାଚାଳୟଟିଏ ନାହିଁ । ଫଳରେ ବିଭିନ୍ନ କାମଦାମ ପାଇଁ ଏଠାକୁ ଆସୁଥିବା ଓ ଏହି ବାଟ ଦେଇ ଯାଉଥିବା ଯାତ୍ରୀ, ପଥଚାରୀ ଓ ଆଗନ୍ତୁକ ଏବଂ ଦୋକାନ/ସଂସ୍ଥାରେ କାମକରୁଥିବା କର୍ମଚାରୀ ଆଦିଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ହୋଇଥିଲେ ହେଁ ଏହାକୁ ନେତା ଓ ପ୍ରଶାସନ ଅଣଦେଖା କରି ଚାଲିବା ଅଧିକାଂଶଙ୍କୁ ବ୍ୟଥିତ କରୁଛି । କ଼ୁଆଖିଆ ବଜାର ଉପରେ କୋରେଇ ବ୍ଲକର ୯ଟି, ବରୀ ବ୍ଲକର ୧୦ଟି ଓ ଧର୍ମଶାଳା ବ୍ଲକର ୯ଟି ଗ୍ରାମ ପଂଚାୟତ ନିର୍ଭରଶୀଳ ଥିବା ବେଳେ ଏଠାରେ ବହୁ ଅନୁଷ୍ଠାନ ଗଢ଼ି ଉଠିଛି । ଏଠାରେ ରସୁଲପୁର ବ୍ଲକ, ରସୁଲପୁର ତହସିଲ, କୁଆଖିଆ ଥାନା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୁଳି ବିଭାଗ ‘ନେସ୍କୋ’ର ଡିଭିଜନ ଅଫିସ, ହାଇଟେକ୍ ଆବାସିକ (ରେସିଡେନସିଆଲ) କଲେଜ, ବସ ଷ୍ଟାଣ୍ଡ, ପରିବା ଗଦି/ମଣ୍ଡି, ଅନତିଦୂରରେ ମୁଗୁପାଳ କଲେଜ ଆଦି ଅନେକ ଦପ୍ତର, କାର୍ଯ୍ୟାଳୟ, ସଂସ୍ଥା, ପ୍ରତିଷ୍ଠାନ ଆଦି ରହିଛି । ବସଷ୍ଟାଣ୍ଡରେ ପ୍ରାୟ ସମସ୍ତ ଦୂରଗାମୀ, ଦୃତଗାମୀ ବସ ଆଦି ରହିଥାନ୍ତି । କୋଲକତା, ରାଂଚି, ଜାମସେଦପୁର, ବାଲେଶ୍ୱର, ବାରିପଦା, କେଉଁଝର, ବଡ଼ବିଲ ଆଦି ସ୍ଥାନକୁ ଯିବା ପାଇଁ ବସମାନେ ଏଠାରେ ଅଟକିଥାନ୍ତି; ଯାତ୍ରୀଙ୍କୁ ନେବା ସହ ପନିପରିବା ଲୋଡ ହୋଇ ଏଠାରୁ ଯାଇଥାଏ । କଳିଙ୍ଗନଗର ଶିଳ୍ପାଂଚଳ ଓ ବ୍ୟାସନଗର ପୈାରାଂଚଳକୁ ଏଠାରୁ ପ୍ରତ୍ୟହ ଗମନାଗମନ ଅଧିକ ଥାଏ । ଧର୍ମଶାଳାର ବିଶ୍ୱକର୍ମା ତଥା ପୂର୍ବତନ ମନ୍ତ୍ରୀ ୰ କଳ୍ପତରୁ ଦାସଙ୍କ ପ୍ରଚେଷ୍ଟାରେ ଅଳ୍ପ କିଛି ବର୍ଷ ଭିତରେ କୁଆଖିଆ ବଜାରର ଆଶାତୀତ ପ୍ରଗତି ହୋଇଥିବା ବେଳେ ତାଙ୍କ ପରେ କୁଆଖିଆର ଆଉ ସେପରି ଆଖିଦୃଶିଆ ଉନ୍ନତି ହେଉଥିବାର ଜଣାଯାଏ ନାହିଁ । ଏଭଳି ଏକ ଚଳପ୍ରଚଳ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀରେ ସାଧାରଣଲୋକଙ୍କ ପାଇଁ ଶୈାଚାଳୟ ନ ହେବା ଦୁର୍ଭାଗ୍ୟଜନକ ! ବହୁ ସ୍ୱେଚ୍ଛାସେବୀ ଓ ସମାଜସେବୀଙ୍କ ତରଫରୁ ରସୁଲପୁର ବିଡିଓଙ୍କ ନିକଟରେ କୁଆଖିଆରେ ଶୈାଚାଳୟ ନିର୍ମାଣ ପାଇଁ ଅତୀତରେ ଦାବୀ ମଧ୍ୟ ହୋଇଛି । ରାସ୍ତା ସମ୍ପ୍ରସାରଣ ଓ ଦୋକାନ ବଜାର ବଢ଼ିବା ପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପରିସ୍ରା ଟିକେ କରିପାରୁନାହାନ୍ତି । ତେଣୁ ବର୍ତମାନର ରସୁଲପୁର ବିଡିଓ ଉମାକାନ୍ତ ପରିଡା କୁଆଖିଆ ୦୨ ପାଶ୍ୱର୍ ବସଷ୍ଣାଣ୍ଡ ନିକଟରେ ୦୨ଟି ଶୈାଚାଳୟ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଏଥିପାଇଁ ଜାଗା ଯୋଗାଇଦେଲେ ଲୋକେ ଉପକୃତ ହୁଅନ୍ତେ । ବିଶେଷକରି ଏହା ଉପରେ ନୂତନ ଜିଲ୍ଲାପାଳ ମହୋଦୟ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close