କେନ୍ଦ୍ରୀୟ ଶ୍ରମିକ ସଂଗଠନ ୨୬ ନଭେମ୍ବର ଧର୍ମଘଟକୁ ସଫଳ କରିବାକୁ ପ୍ରସ୍ତୁତି ବୈଠକ

ବ୍ୟାସନଗର, ୧୭/୧୧: ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ମୋଦି ସରକାର ଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ପ୍ରତିବାଦ ରେ ଆସନ୍ତା ନଭେମ୍ବର ୨୬ ଦେଶ ବ୍ୟାପି ହେଉଥିବା ସାଧାରଣ ଧର୍ମଘଟକୁ ଯାଜପୁର ଜିଲ୍ଲା ରେ ବ୍ୟାପକ ସଫଳ କରିବା ନିମନ୍ତେ ଆଜି ଆଇ ଏନ ଟି ୟୁ ସି କାର‌୍ୟ୍ୟାଳୟରେ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି କମିଟି ବୈଠକ ଆୟୋଜିତ ହୋଇଥିଲା !ଚଳିତ ମାସ ୨୧ ତାରିଖ ରେ ଯାଜପୁର ରୋଡ ସ୍ଥିତ ରୟାଲ କଳିଙ୍ଗ ଠାରେ ଜିଲ୍ଳା ସ୍ତରୀୟ ମିଳିତ କନଭେନସନ ଆୟୋଜନ କରାଯାଇଛି !ଏଥିରେ ଆଇ ଏନ ଟି ୟୁ ସି ର ରାଜ୍ୟ ସଭାପତି ଡ଼ଃ ରାମ ଚନ୍ଦ୍ର ଖୁଣ୍ଟିଆ, ସି ଆଇ ଟି ୟୁ ର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏ ଆଇ ଟି ୟୁ ସି ର ରାଜ୍ୟ ସଭାପତି ରାମ କୃଷ୍ଣ ପଣ୍ଡା ଓ ୟୁ ଟି ୟୁ ସି ର ରାଜ୍ୟ ସମ୍ପାଦକ ଜୟ ସେନ ମେହେର ପ୍ରମୁଖ ଯୋଗ ଦେବାର କାର‌୍ୟ୍ୟକ୍ରମ ସ୍ଥିରିକୃତ ହୋଇଅଛି ! ଏହି ପ୍ରସ୍ତୁତି ବୈଠକ ରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ସହ ସମ୍ପାଦକ ପରମାନନ୍ଦ ସେଠୀ, ଉପ ସଭାପତି ନାରାୟଣ ଚନ୍ଦ୍ର ନାୟକ, ଯୁବ ଆଇ ଏନ ଟି ୟୁ ସି ର ସଭାପତି ଚନ୍ଦ୍ର କାନ୍ତ ଖଣ୍ଡାଇ, ସତ୍ୟପ୍ରକାଶ କୁଅଁର, ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଏ ଆଇ ଟି ୟୁ ସି ର ଜିଲ୍ଲା ସମ୍ପାଦକ ଚନ୍ଦ୍ରମଣି ପାତ୍ର, ମେସ୍କୋ ୱାର୍କରସ ୟୁନିଅନ ର ସଭାପତି ଗଣେଶ ଚନ୍ଦ୍ର ନାୟକ, ଅଫିସିଆଲ ସେକ୍ରେଟାରୀ ସେକ ସବୀର ହୋସେନ, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି କହିଲେକି ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସମଗ୍ର ଦେଶରେ ଏକ ଶିଳ୍ପ ନଗର ଭାବେ ମାନ୍ୟତା ପାଇଥିବା ବେଳେ ମେସ୍କୋ ଷ୍ଟିଲ ନୀଳାଚଳ ଇସ୍ପାତ ନିଗମ କୁ ବନ୍ଦ କରିବା ଓ ୯ ମାସ ଧରି ଦରମା ନ ପାଇବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଥିଲା ! କେନ୍ଦ୍ର ସରକାର ଙ୍କ ଘରୋଇ କରଣ ପକ୍ରିୟା ବଡ଼ ବଡ଼ ଶିଳ୍ପପତି ମାନଙ୍କ ରକ୍ଷା କବଚ ସାଜି ୨ କୋଟି ରୁ ଅଧିକ କର୍ମଚାରୀଙ୍କ ଜୀବିକା ହରାଇବା, ରେଳ ବିଭାଗ କୁ ଘରୋଇ କରଣ କରିବା, ବ୍ୟାଙ୍କ ବୀମା, ପ୍ରତିରକ୍ଷା ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଶାଗ ମାଛ ମୂଲ୍ୟରେ ବିକ୍ରି କରି ଦେଶର ଅର୍ଥ ନୀତି କୁ ଦେବାଳିଆ କରାଯାଇଛି ! ଏପରି କି ପ୍ରବାସୀ ଶ୍ରମିକମାନଙ୍କ ଲାଗି କଡା କଡ଼ି ଆଇନ ସହିତ ସେମାନଙ୍କୁ କର୍ମସଂସ୍ଥାନ ଦେବା, ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅବିଳମ୍ବେ ସେମାନଙ୍କ ନାମ ସରକାରୀ ଭାବେ ପଞ୍ଜିକୃତ କରି ସହାୟତା ରାଶି ଯୋଗାଇଦେବା ଦାବିକୁ ନେଇ ଆସନ୍ତା ନଭେମ୍ବର ୨୬ ତାରିଖ ରାଷ୍ଟ୍ର ବ୍ୟାପି ଧର୍ମଘଟ ରେ ଆମ ଜିଲ୍ଲାର ସମସ୍ତ କର୍ମଚାରୀ, ଶ୍ରମିକ, କୃଷକ ଓ ମେହେନତି ମଣିଷ ସାମିଲ ହେବାପାଇଁ ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ଆହ୍ୱାନ କରାଯାଇଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close