ବ୍ୟାସନଗର ବିଜେପି ନେତାଙ୍କ ମାତୃ ବିୟୋଗ

ବ୍ୟାସନଗର, ୧୨/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଆଜି ଭୋର ୪ଟା ୩୦ମି ପାଖାପାଖି ସମୟରେ ବ୍ୟାସନଗର ପୈାରାଂଚଳ ସ୍ଥିତ ଝାଟିଆସାହିର ବୟୋଜ୍ୟେଷ୍ଠ ମହିଳା ତଥା ବ୍ୟାସଦେବ ମଣ୍ଡଳ ବିଜେପିର ପୂର୍ବତନ ସଭାପତି ନିତ୍ୟାନନ୍ଦ ମହାଳିକଙ୍କ ମାତା ଟୁଲ ମହାଳିକଙ୍କ ୯୩ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କର ବଡ ପୁତ୍ର ଗୈାରାଙ୍ଗ ଚନ୍ଦ୍ର ମହାଳିକ ବ୍ୟାସନଗର ପୈାର ପରିଷଦରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ନିତ୍ୟାନନ୍ଦ ସ୍ଥାନୀୟ ବିଜେପିର ପୂର୍ବତନ ସଭାପତି ଓ ଜଣେ ବରିଷ୍ଠ ସାମ୍ବାଦିକ । ତାଙ୍କ ବାଡିରେ ଶବ ସତ୍କାର କରାଯାଇଥିବା ବେଳେ ସାନ ପୁଅ ନିତ୍ୟାନନ୍ଦ ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ୦୨ ପୁତ୍ର ଓ ପୁତ୍ର ବଧୂ, ୦୩ ଝିଅ ଓ ୦୩ ଜ୍ୱାଇଁ, ନାତି ନାତୁଣୀ, ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିବା ବେଳେ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ବିଜେପି ନେତା ବିଶ୍ୱଜିତ ନାୟକ, ସାମ୍ବାଦିକ ସୁଜିତ୍ ମଲ୍ଲିକ, ପ୍ରକାଶ ରାଉତ, ଆଡ଼ଭୋକେଟ ଚନ୍ଦ୍ରଶେଖର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ସାମଲ ପ୍ରମୁଖ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close