ଭାରତର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ପରିବାର ଏବେ ଦୁର୍ଦ୍ଦଶାରେ

ଭୁବନ, ୧୦/୧୧(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଭାରତର ସ୍ୱାଧିନତା ସଂଗ୍ରାମରେ ଓଡ଼ିଆ ବୀର ଶହୀଦମାନଙ୍କ ଭୂମିକା ବେଶ ଉଲ୍ଲେଖନୀୟ । ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ ବିଦ୍ୟାଧର, ଲକ୍ଷ୍ମଣ ନାଏକ, ଗୋପବନ୍ଧୁ ଦାସ, ମଧୂସୁଦନ ଦାସ, ଜୟୀ ରାଜଗୁରୁ, ଚନ୍ଦନ ହଜୁରୀ, ଚାଖି ଖୁଂଟିଆଙ୍କ ପରି ବାଜି ରାଉତ ଜଣେ ଦେଶପ୍ରେମୀ ସଂଗ୍ରାମୀ ଥିଲେ । ମାତ୍ର ଜଣେ ବାଳକ ସ୍ୱାଧିନତା ସଂଗ୍ରାମୀ ତଥା ଭାରତର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ଭାବେ ଓଡ଼ିଶାର ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ନୀଳକଣ୍ଠପୁର ଗ୍ରାମରେ ତା. ୦୫.୧୦.୧୯୨୬ରେ ଜନ୍ମଗ୍ରହଣ କରିଥିବା ବାଜି ରାଉତଙ୍କ ଅଦମ୍ୟ ଦୁଃସାହାସ ଓ ଦେଶପ୍ରେମ ତଥା ଦେଶମାତୃକା ପାଇଁ ବଳିଦାନ ଭାରତ ଇତିହାସରେ ସ୍ମରଣୀୟ ହୋଇ ରହିଥିବା ବେଳେ ତାଙ୍କର ବଂଶଧରମାନେ ଏବେ ଯେଉଁଭଳି ଦୁର୍ଦ୍ଦିନରେ ବସବାସ କରୁଛନ୍ତି ତାହା ଅନେକଙ୍କୁ ବ୍ୟଥିତ କରୁଛି । ଏହି ମାଟି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶହୀଦ୍ ବାଜି ରାଉତଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି ଓ ଯୁଗେ ଯୁଗେ ସେ କୋଟି କୋଟି ଓଡିଆଙ୍କ ମାନସ ପଟରେ ଜୀବିତ ହୋଇ ରହିଛନ୍ତି ଓ ରହିଥିବେ ମଧ୍ୟ । ତାଙ୍କ ପିତାଙ୍କ ନାମ ହରି ରାଉତ । ସେ ମାତ୍ର ୧୨ ବର୍ଷ ବୟସରେ ତା.୧୧.୧୦.୧୯୩୮ରେ ଇଂରେଜ ଗୁଳିରେ ପ୍ରାଣତ୍ୟାଗ କରି ଶହୀଦ ହୋଇଥିଲେ । ତାଙ୍କର ମୂଳ ପରିବାରବର୍ଗ ବ୍ରାହ୍ମଣୀ ନଦୀର ବନ୍ୟା ବିଭୀଷିକା ଓ ଉତ୍ପୀଡ଼ନର ମୁକାବିଲା କରି ନ ପାରି ନୀଳକଣ୍ଠପୁର ଗ୍ରାମରୁ ଉଠିଆସି ଭୁବନ ବ୍ଲକର ଏକତାଳି ଗ୍ରାମ ପଂଚାୟତର ନୟାନୀଳକଣ୍ଠପୁର ଗ୍ରାମକୁ ଆସି ବସବାସ କରୁଛନ୍ତି । ଅବଶ୍ୟ ଏବେ ନଦୀରେ ବନ୍ଧବାଡ ପାଇଁ ତାଙ୍କ ପୁରୁଣା ଗ୍ରାମ ନୀଳକଣ୍ଠପୁରରେ ଆଉ ସେପରି ବନ୍ୟା ଭୟ ନାହିଁ । ତାଙ୍କ ପରିବାରର ବହୁ ସଦସ୍ୟ ଇହଲୀଳା ସମ୍ବରଣ କରିଥିବା ବେଳେ ତାଙ୍କ ସ୍ମୃତିକୁ ଜାବୁଡି ଧରି ନିଜ ପରିଶ୍ରମରେ ଏବେ ଜୀବିକା ନିର୍ବାହ କରୁଛନ୍ତି ତାଙ୍କ ବଂଶଧର । ସରକାରୀ ସହାୟତା ସେପରି କିଛି ମିଳିନି ସେମାନଙ୍କୁ । ଆସନ୍ତୁ ତାଙ୍କର ପୁତୁରା କୁଳମଣି ରାଉତଙ୍କ ମୁହଁରୁ ଶୁଣିବା କିଛି କଥା ଓ ପରିବାରର ବର୍ତମାନର ଅବସ୍ଥା ସଂର୍ପକରେ-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close