କୋରେଇ, ଦାନଗଦି, ସୁକିନ୍ଦା ବ୍ଲକ ସ୍ତରୀୟ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର କାର୍ଯ୍ୟକାରୀ ବୈଠକ

ବ୍ୟାସନଗର, ୦୮/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମିଳିତ ସହଯୋଗରେ ନୂତନ କ୍ଲକସ୍ତରୀୟ କମିଟି ଗଠନ ସହ ସଂଘକୁ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଧବଳଗିରି ୟୁଜିଏମଇ ବିଦ୍ୟାଳୟରେ ଏକ କାର୍ଯ୍ୟକାରୀ ବୈଠକ ଜିଲ୍ଲା କୋର କମିଟି ସଭ୍ୟ ତଥା କୋରେଇ ବ୍ଲକ ସଭାପତି ଦେବଶ୍ରୀ ଆଶିଷ ରଂଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୋରେଇ, ଦାନଗଦି, ସୁକିନ୍ଦା ବ୍ଲକ ଓ ବ୍ୟାସନଗରର ମୁଖ୍ୟ ଉପଦେଷ୍ଟା ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତେ ମହାସଂଘର ନୀତି ନିୟମକୁ ଅନୁପାଳନ କରିବା ସହ ପିଟିଆଇମାନଙ୍କୁ ସଂଘ ସମସ୍ତ ପ୍ରକାରର ସହଯୋଗ କରିବାକୁ ବଦ୍ଧପରିକର ବୋଲି କହିବା ସହ କଳା, କ୍ରୀଡା ଶିକ୍ଷକମାନଙ୍କ ବିଭିନ୍ନ ଦାବୀ ପୂରଣ ପାଇଁ ସଂଘ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସଭାପତି ଶ୍ରୀ ମଲ୍ଲିକ ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଶଦ ଆଲୋଚନା କରିଥିଲେ । ଏଥିରେ ଏହି ୦୩ଟି ବ୍ଲକ ସ୍ତରୀୟ କମିଟିର ଉପସଭାପତି ମିତା ପଟ୍ଟନାୟକ, କୋର କମିଟି ସଭ୍ୟ ପ୍ରଶାନ୍ତ କୁମାର ସାହୁ, ଶୁଭଶ୍ରୀ ଲେଙ୍କା ଓ ପଙ୍କଜ କୁମାର ସାହୁ, କୋଷାଧ୍ୟକ୍ଷ ପୁପୁନ ମଲ୍ଲିକ, ସଂପାଦକ ବିଦ୍ୟୁତ୍‌ଲତା ମହାନ୍ତି, ସହ-ସଂପାଦକ ସସ୍ମିତା ମହାପାତ୍ର, ଶୋଭା ନାୟକ, ନିବେଦିତା ମହାପାତ୍ର, ରୀତାଞ୍ଜଳି ଗୁରୁ, ସତ୍ୟରଂଜନ ରାଉତ, ଅନୀଲ କୁମାର ଦାସ, ମହେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ କଳା ଓ କ୍ରୀଡ଼ା ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସରକାରଙ୍କ ଠାରୁ ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ସମସ୍ତେ ଏ୍ୟୌକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ମତ ଦେଇଥିଲେ । ଶେଷରେ ଯୁଗ୍ମ କୋଷାଧ୍ୟକ୍ଷ ତଥା ଜିଲ୍ଲା କୋର କମିଟି ସଭ୍ୟ ବିକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close