ଡ଼ିସେମ୍ବର ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର ; ୦୬/୧୧ : ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଥିବା ସ୍ଥଳେ ଓ କରୋନାର ଦ୍ୱିତୀୟ ପ୍ରବାହ ଆଶଙ୍କାକୁ ଦୃଷ୍ଟିରେ ରଖି , ଶୀତର ପ୍ରକୋପରେ କରୋନା ମହାମାରୀ ଅଧିକ ବ୍ୟାପିବାର ଆଶଙ୍କା ଥିବା ଯୋଗୁଁ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ବିଦ୍ୟାଳୟ ଗୁଡିକୁ ୩୧ ଡ଼ିସେମ୍ବର ଯାଏଁ ବନ୍ଦ ରଖିବାକୁ ବିଜ୍ଞାପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ସ୍କୁଲ ଆଉ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସ୍କୁଲ ବନ୍ଦ ରହିବା ସହ ପରୀକ୍ଷା ଓ ମୂଲ୍ୟାୟନ ଜାରି ରହିବ ଏବଂ ଅନଲାଇନ ଶିକ୍ଷାକୁ ପ୍ରଧାନ୍ୟ ଦେବାକୁ ନିର୍ଦେଶ ରହିଛି । ଅନଲକ ୬ରେ ରାଜ୍ୟ ସରକାର ନଭେମ୍ବର ମାସରେ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ ମଧ୍ୟ ଏବେ ଏହାକୁ ପରିବର୍ତ୍ତନ କରାଯାଇଛି । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟୀକରଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ନିକଟରେ ଆନ୍ଦ୍ର ପ୍ରଦେଶ ସରକାର ସ୍କୁଲ ଗୁଡିକୁ ଖୋଲିଦେବାପରେ ମାତ୍ର ଦୁଇ ଦିନ ମଧ୍ୟରେ ୨୬୬ ଛାତ୍ରଛାତ୍ରୀ ଏବଂ ୧୩୨ ଜଣ ଶିକ୍ଷକଙ୍କ ଆକ୍ରାନ୍ତ ଏକ ଉଦାହରଣ ସୃଷ୍ଟି କରିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close