ଭୁବନ ବ୍ଲକର ଅଁଳାଝରୀ ସ୍ଥିତ “ଉଦାସ ଆଶ୍ରମ”ର ବିଶେଷତ୍ୱ

ଭୁବନ, ୦୫/୧୧(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ମୃଦଙ୍ଗା ପଂଚାୟତର ଅଁଳାଝରୀ ଗ୍ରାମରେ ରହିଛି ପ୍ରସିଦ୍ଧ “ଉଦାସ ଆଶ୍ରମ ବା ଉଦାସ ମଠ” । ଏଠାରେ ଠାକୁର ଶ୍ରୀ ଶ୍ରୀ ଉଦାସ ଯମୁନା ଦାସ ଏକଦା ଯୋଗ ସାଧନ କରି ଜ୍ଞାନ ପ୍ରାପ୍ତି ହୋଇଥିଲେ । ଏହି ପୁରାତନ ଆଶ୍ରମଟି ୧୯୫୦ ମସିହା ମହାବିଷୁବ ତଥା ପଣା ସଂକ୍ରାନ୍ତିରେ ପ୍ରତିଷ୍ଠିତ ହୋଇ ବିନା ସରକାରୀ ସହାୟତାରେ ଚାଲୁରହିଛି । ଏହି ଆଶ୍ରମର ବିଶେଷତ ହେଲା ଏଠାରେ ଉଭୟ ଠାକୁର ଶ୍ରୀ ଶ୍ରୀ ଉଦାସ ଯମୁନା ଦାସଙ୍କ ଦେହାନ୍ତ ପରେ ତାଙ୍କର ପ୍ରତିମୂର୍ତି ଏଠାରେ ସ୍ଥାପିତ ହୋଇଅଛି । ଏହି ଆଶ୍ରମର ବିଶେଷତ ହେଲା ଏଠାରେ ଉଭୟ ଠାକୁର ଶ୍ରୀ ଶ୍ରୀ ଉଦାସ ଯମୁନା ଦାସ ଓ ମହାଦେବ ଯମେଶ୍ୱର ପୂଜା ପାଉଛନ୍ତି । ଅଁଳାଝରୀ ଗ୍ରାମର ୨ହଜାର ପାଖାପାଖି ଜନସାଧାରଣଙ୍କ ସହ ମୃଦଙ୍ଗା ପଂଚାୟତର ଅନ୍ୟ ଗ୍ରାମବାସୀ, ପଡ଼ୋଶୀ ବାଲିବୋ ପଂଚାୟତର ଗରୁଡ଼ବନ୍ଦି, କୁଣ୍ଡାଗାଁର ଗ୍ରାମବାସୀ ଓ ସୀମାନ୍ତବର୍ତୀ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖରଡି ପଂଚାୟତର ଆମ୍ବସାର ଗ୍ରାମର ଲୋକେ ପୂଜାର୍ଚ୍ଚନା ପାଇଁ ଏହି ଆଶ୍ରମକୁ ଆସିଥାନ୍ତି । ଅଁଳାଝରୀ ଗ୍ରାମବାସୀ ଓ ଦୀକ୍ଷିତ ଶିଷ୍ୟମାନଙ୍କ ସହଯୋଗରେ ଏହି ଆଶ୍ରମ ଶୃଙ୍ଖଳାର ସହ ଚାଲିଛି । ଢ଼େଙ୍କାନାଳ ଜିଲ୍ଲାରେ ଏହି ଆଶ୍ରମ ଅବସ୍ଥିତ ହେଲେ ହେଁ ଏହା ଉଭୟ ଯାଜପୁର ଓ ଢ଼େଙ୍କାନାଳ ଜିଲ୍ଲାର ସୀମାନ୍ତ ଅଂଚଳରେ ପ୍ରତିଷ୍ଠିତ ହୋଇଥିବାରୁ ଓ ଅନୁନ୍ନତ ଅଂଚଳରେ ଏହା ଅବସ୍ଥିତ ହୋଇଥିବାରୁ ଆଶ୍ରମ ପ୍ରତି ପ୍ରଶାସନ ଓ ନେତାଙ୍କର ଶୁଭ ଦୃଷ୍ଟି ଏପର୍ଯ୍ୟନ୍ତ ପଡିନାହିଁ । ତଥାପି ମଠଟି ଗ୍ରାମବାସୀ ଓ ଶିଷ୍ୟମାନଙ୍କ ସୀମିତ ଦେୟରେ ସୁରୁଖୁରୁରେ ଚାଲିଛି । ଆଶ୍ରମର ମୁଖ୍ୟ ସେବକ ଆଲୋକ ଦାସଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ଯଥା ରୀତି ନୀତି ଅନୁଯାୟୀ ସଂପାଦିତ ହେଉଛି । ଭକ୍ତଙ୍କ ପୂଜାର୍ଚ୍ଚନା ଛଡା ବର୍ଷରେ ୭-୮ଟି କାର୍ଯ୍ୟକ୍ରମ ଯଥା-ମହାଶିବ ରାତ୍ରୀ(ଜାଗର ଉତ୍ସବ), ଅଷ୍ଟପ୍ରହର ନାମ ଯଜ୍ଞ, ଶ୍ରୀ ଶ୍ରୀ ଉଦାସ ଯମୁନା ଦାସଙ୍କ ଜନ୍ମୋତ୍ସବ ଓ ତିରୋଧାନ ଦିବସ ଆଦି ପାଳିତ ହୋଇଥାଏ । ଗୁରୁ ପରମ୍ପରା ଅନୁଯାୟୀ ଆଶ୍ରମର ଦୈନନ୍ଦିନ କାର୍ଯ୍ୟକ୍ରମ ସଂପାଦିତ ହୋଇଥାଏ । ଆଶ୍ରମ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ପଚାରି ବୁଝିବା ମୁଖ୍ୟ ସେବକ ଆଲୋକ ଦାସ ଓ ବରିଷ୍ଠ ଗ୍ରାମବାସୀ ତଥା ଶିକ୍ଷକ ବଳରାମ ଓଝାଙ୍କ ଠାରୁ:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close