ବ୍ୟାସନଗରରେ ବିଜେପି ନେତା ପ୍ରସନ୍ନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ, କହିଲେ ତାଙ୍କ ବିରୋଧରେ ନିଲମ୍ବନ ସୁପାରିଶ ଅମୂଳକ, ଏଣେ ପଦାରେ ପଡୁଛି ଦଳୀୟ ଗୋଷ୍ଠୀ କନ୍ଦଳ

ବ୍ୟାସନଗର, ୦୨/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): କିଛି ଦିନ ତଳେ ୨୪ନମ୍ବର ୱାର୍ଡର କିଛି ମହିଳା କର୍ମୀ ବିଜେପି ଜହ୍ନା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଉପରେ ତଥ୍ୟ ରଖିଥିବା ବରିଷ୍ଠ ନେତା ପ୍ରସନ୍ନ ସାମଲ (ବାବୁଲି)ଙ୍କ ପ୍ରତି ଦଳର କେତେକ ନେତା ଷଡଯନ୍ତ୍ର କରି ତାଙ୍କୁ ଦଳରୁ ନିଲମ୍ବିତ କରୁଥିବାର ଖବର ପ୍ରକାଶ ପାଇବା ତାଙ୍କୁ ବ୍ୟଥିତ କରିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ସେ ବିଜେପିର ଜଣେ ବରିଷ୍ଠ କର୍ମୀ । ଦଳର ସମ୍ବିଧାନ ତାଙ୍କୁ ବେଶ ଜଣା । ମାତ୍ର ଅଳ୍ପ କେତେକ ଦିନ ହେଲା କଂଗ୍ରେସର କିଛି ନେତା ଦଳରେ ପ୍ରବେଶ କରି ଦଳକୁ ମଜଭୂତ କରିବା ପରିବର୍ତେ ତଳକୁ ତଳକୁ ନେଉଛନ୍ତି ଆଉ କୁଚକ୍ରୀ ଗୋଷ୍ଠୀ ତାଙ୍କ ବିରୋଧରେ ମହିଳାଙ୍କ ଜରିଆରେ ଚରିତ୍ର ସଂହାର କରିବାକୁ ପଛାଉ ନାହାନ୍ତି । ତାଙ୍କ ଅଂଚଳର ବହୁ ମହିଳାଙ୍କ ଉପସ୍ଥିତି ତାଙ୍କ ପ୍ରତି ସମର୍ଥନକୁ ଦର୍ଶାଇବା ସହ ଉଠିଥିବା ଅଭିଯୋଗକୁ ଏକ ପ୍ରକାରର ଖଣ୍ଡନ କରିଛନ୍ତି ଶ୍ରୀ ସାମଲ । ସେ ସ୍ଥାନୀୟ ଅଂଚଳର ବିଜେପିର ସ୍ଥିତି ଉପରେ ଓ ତାଙ୍କୁ ନିଲମ୍ବିତ କରିବା ପାଇଁ ମଣ୍ଡଳ ସଭାପତି ଆଦି ଜିଲ୍ଲା ସଭାପତିଙ୍କୁ କରିଥିବା ସୁପାରିଶ ସଂର୍ପକରେ ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ସେ ଚିଠି ଲେଖି ଜଣାଇଛନ୍ତି । ଏହାଛଡା ତାଙ୍କ ଅଂଚଳର ନାରୀ ନେତ୍ରୀ ବିନି ଦାସ, ମଞ୍ଜୁ ଦାସ, ଚହଟି ପାତ୍ର, କେଶରୀ ପାତ୍ର, ସାବିତ୍ରୀ ପାତ୍ର, ମଲ୍ଲୀ ପାତ୍ର ପ୍ରମୁଖ ସ୍ୱର ବଦଳାଇ ପୂର୍ବ ଭାଇରାଲ ଭିଡିଓ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ବିଜେପିରେ ଏ ପ୍ରକାରର ବାଦାନୁବାଦ ଯାଜପୁର ଜିଲ୍ଲାର ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ପୈାର ପରିଷଦ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୁଭ ସଂକେତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କୋଭିଡ-୧୯ କଟକଣା ସତ୍ୱେ ରାଜନୀତି କିଛି ମାତ୍ରାରେ ଏଠାରେ ଉଷ୍ଣତର ହେଉଛି । ୨୪ନମ୍ବର ୱାର୍ଡର କିଛି ନେତ୍ରୀ ନିକଟରେ ବିଜେପିରେ ମିଶିବା ଘଟଣା ଏବେ ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି । ଏହା ଶୁଖିଲା ରାଜନୀତିରୁ ଫାଇଦା ନେବା ବୋଲି କିଛି କର୍ମକର୍ତା କହୁଥିବା ବେଳେ ଏବିଷୟରେ ଦଳୀୟ ଶୃଙ୍ଖଳାକୁ ଜାଣିଶୁଣି ଭଂଗ କରାଯାଉଛି ବୋଲି କେତେକ କହୁଛନ୍ତି । ପୈାର ନିର୍ବାଚନ ପୂର୍ବରୁ ଏପରି ଅବସ୍ଥାରେ ସୁଧାର ନ ଆସିଲେ ଦଳ ପାଇଁ ଏହା ମହଙ୍ଗା ପଡିବ ବୋଲି କୁହାଯାଉଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close